Below header

ଡ୍ରାଗନ୍‌ ସେନାକୁ କାଉଣ୍ଟର କରିବାକୁ ଜୋରଦାର ପ୍ରସ୍ତୁତି: ବିପଦକୁ ମୁକାବିଲା ପାଇଁ ଶକ୍ତି ବୃଦ୍ଧି କରୁଛି ଭାରତ

କେନ୍ୟୁଜ୍(ବ୍ୟୁରୋ):  ଡ୍ରାଗନ୍‌କୁ କାଉଣ୍ଟର କରିବାକୁ ଜୋରଦାର ପ୍ରସ୍ତୁତି । ଏଲଏସିରେ ଶକ୍ତି ବୃଦ୍ଧି କରୁଛି ଭାରତ । ଚୀନ୍‌ର ଯେକୌଣସି ବିପଦକୁ ମୁକାବିଲା ପାଇଁ ତୟାରୀ । ଅରୁଣାଚଳ ପ୍ରଦେଶ ତାଓ୍ଵଙ୍ଗ ସେକ୍ଟର ଲଏଏସିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରିଛି ଭାରତ । ଆଣ୍ଟି ଟ୍ୟାଙ୍କ ସ୍କ୍ଵାଡ୍‌ ମିସାଇଲ୍‌ ଫାୟାରିଂ ଡେମୋ କରିଛି ଭାରତୀୟ ସେନା । ଶତ୍ରୁମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ପାର୍ବତ୍ୟ ଅଞ୍ଚଳରେ ଥିବା ବଙ୍କରରେ ସଶସ୍ତ୍ର ସେନା ଉପସ୍ଥିତ ଅଛନ୍ତି । L-70 ଆଣ୍ଟି ଏୟାରକ୍ରାଫ୍‌ଟ ଗନ୍‌ ଓ ସ୍ୱେଡିସ୍‌ ବୋଫୋର୍ସ କମାଣ ମୁତୟନ କରିଛି । ପୂର୍ବରୁ ଏଠାରେ M-777 ହୋଇଜର ମୁତୟନ ହୋଇଥିଲା ।

ପାହାଡ଼ି ଅଞ୍ଚଳରେ L-70 ଆଣ୍ଟି ଏୟାରକ୍ରାଫ୍‌ଟ ଗନ ସାଢ଼େ ୩ କିଲୋମିଟର ଦୂରକୁ ଲକ୍ଷ୍ୟଭେଦ କରିବା କ୍ଷମତା ରଖିଛି । ଏହି କମାଣ ସମସ୍ତ ପ୍ରକାର ମାନବବିହୀନ ବିମାନକୁ ଖସାଇବାର ସାମର୍ଥ୍ୟ ରଖିଛି । ଲକ୍ଷ୍ୟଭେଦକୁ ସଠିକ କରିବାକୁ ଏଥିରେ ମଜଲ ଭେଲୋସିଟି ରାଡାର ଲାଗିଛି। ଏଥିସହ ଏଲଏସିରେ ନିୟମିତ ଭାବେ ଯବାନଙ୍କ ତାଲିମ୍‌ ଚାଲିଛି । ଯେକୌଣସି ମୁକାବିଲା ପାଇଁ ଅରୁଣାଚଳ ପ୍ରଦେଶର ୧୩ ଶହ କିଲୋମିଟର ଏଲଏସିରେ ପ୍ରସ୍ତୁତ ରହିଛି ଭାରତୀୟ ସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.