Below header

‘ପିଙ୍କି ପିରନୀ’ କିଏ? ଯାହାର ଇସାରାରେ ସବୁ କାମ କରୁଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ବିଗତ କିଛି ଦିନ ହେବ ପାକିସ୍ତାନରେ କିଛି ବି ଠିକ୍‌ ଚାଲିନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବେପରୁଆ ବୟାନ ଓ ନିଷ୍ପତ୍ତି ଯୋଗୁ କେବଳ ବିରୋଧୀ ଦଳ ନୁହେଁ, ବରଂ ନିଜ ଦଳର ନେତାମାନେ ବି ଅଡ଼ୁଆରେ ପଡ଼ିଛନ୍ତି। ପାକ୍‌ ସେନା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ନାରାଜ ଅଛି। ଆଇଏସ୍‌ଆଇର ମୁଖ୍ୟ ଭାବେ ନଦୀମ୍‌ ଅଞ୍ଜୁମ୍‌ଙ୍କ ନିଯୁକ୍ତି ମାମଲାକୁ ନେଇ ଏବେ ଦେଶରେ ରାଜନୀତି ସରଗରମ୍‌ ରହିଛି। କୁହାଯାଉଛି ଯେ ପିଙ୍କି ପିରନୀଙ୍କ କହିବାନୁସାରେ ହିଁ ଇମ୍ରାନ୍‌ ଖାନ୍‌ ଆଇଏସ୍‌ଆଇ ଚିଫ୍‌ଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଉପରେ ପାକ୍‌ର ଆର୍ମି ଚିଫ୍‌ ମଧ୍ୟ ଅସନ୍ତୁଷ୍ଟ ଥିବା ଜଣାଯାଇଛି। ତେବେ ଏହି ‘ପିଙ୍କି ପିରନୀ’ କିଏ ବୋଲି ଅଧିକାଂଶ ଲୋକ ଜାଣିନଥିବେ। ଆସନ୍ତୁ ଜାଣିବା ଏହି ପିଙ୍କି ପିରନୀ କିଏ, ଯାହାର ସବୁ କଥା ମାନନ୍ତି ଇମ୍ରାନ୍‌…

ବୁଶରା ମାନେକାଙ୍କୁ ଇମ୍ରାନ୍‌ ଖାନ୍‌ଙ୍କ ଆଧ୍ୟାତ୍ମିକ ଗୁରୁ ବୋଲି କୁହାଯାଉଛି। ଫେବ୍ରୁଆରୀ ୨୦୧୮ରେ ଇମ୍ରାନ୍‌ ଖାନ୍‌ ବୁଶରା ମାନେକାଙ୍କୁ ତୃତୀୟ ବିବାହ କରିଥିଲେ। ପାକପଟ୍ଟନ୍‌ରେ ବାବା ଫରୀଦ ଗଞ୍ଜ ଶକରରେ ସେ ଜଣେ ଜଣାଶୁଣା ପୀର। ସେ ପିଙ୍କି ବିବି ବା ପିଙ୍କି ଯାଦୁଗର ଭାବେ ମଧ୍ୟ ଜଣାଶୁଣା। କୁହାଯାଏ ଯେ ବୁଶରା କଳାଯାଦୁ ଓ ଅନ୍ଧ ବିଶ୍ୱାସ ଉପରେ ଖୁବ୍‌ ବିଶ୍ୱାସ କରନ୍ତି। ଇମାନ୍‌ ଖାନ୍‌ଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ନଜର ଆସୁଛି। ଦାବି କରାଯାଏ ଯେ ଇମ୍ରାନ୍‌ଙ୍କ ପତ୍ନୀ ବୁଶରାଙ୍କ ମୁହଁ ଆଇନାରେ ଦିଶେ ନାହିଁ। ତାଙ୍କ ପାଖରେ ଅନେକ ଅଦ୍ଭୁତ ଶକ୍ତି ରହିଛି ବୋଲି ମଧ୍ୟ କୁହାଯାଏ।

ଲୋକେ କୁହନ୍ତି ଯେ ବୁଶରାଙ୍କ ପାଖରେ ୨ଟି ଜିନ୍‌ ରହିଛି, ଏହାକୁ ସେ ଅଲଗା ଅଲଗା କାମ ପାଇଁ ବ୍ୟବହାର କରିଥାନ୍ତି। ତେବେ ସତ ଯାହା ବି ହୋଇଥାଉ ନା କାହିଁକି, କିନ୍ତୁ ଏବେ ଇମ୍ରାନଙ୍କ ମନ ଓ ବିବେକ ଉପରେ ବୁଶରା ସମ୍ପୂର୍ଣ୍ଣ କବ୍‌ଜା କରି ରଖିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ।

ପାକ୍‌ ମିଡିଆ ମୁତାବକ, ୨୦୧୫ ମସିହାରେ ଇମ୍ରାନ୍‌ ପ୍ରଥମ ଥର ପାଇଁ ବୁଶରାଙ୍କୁ ଭେଟିଥିଲେ। ସେ ସେତେବେଳେ କେଉଁ ସିଟ୍‌ରେ ନିଜ ପ୍ରାର୍ଥୀ ଜିତିବେ ତାହା ବୁଝିବାକୁ ଯାଇଥିଲେ। ସେତେବେଳେ ବୁଶରା କହିଥିଲେ, ପିଟିଆଇର ପ୍ରାର୍ଥୀ ହିଁ ବିଜୟ ଲାଭ କରିବେ ଓ ତାଙ୍କ ଭବିଷ୍ୟବାଣୀ ଅନୁସାରେ ହିଁ ଫଳାଫଳ ଆସିଥିଲା। ଏହା ପରଠାରୁ ଇମ୍ରାନ୍‌ ପ୍ରତ୍ୟେକ କାମ ପାଇଁ ବୁଶରାଙ୍କୁ ଭେଟିବାକୁ ଯିବାକୁ ଲାଗିଲେ। ସେତେବେଳେ ବୁଶରା ମାନେକା ହିଁ ଇମ୍ରାନ୍‌ଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିଲେ ତାଙ୍କୁ ତୃତୀୟ ବିବାହ କରିବାକୁ ପଡ଼ିବ। କିନ୍ତୁ କେହି ଜାଣି ନଥିଲେ ଯେ ଇମ୍ରାନ୍‌ ବୁଶରାଙ୍କୁ ହିଁ ତୃତୀୟ ବିବାହ କରିବେ।

୪୦ ବର୍ଷୀୟା ବୁଶରା ବଟ୍ଟୁ କବିଲେର ବାସିନ୍ଦା। ସେ ପ୍ରଥମେ ଫରୀଦ ମନେକାଙ୍କୁ ବିବାହ କରିଥିଲେ। କିନ୍ତୁ ପରେ ତାଙ୍କ ଛାଡ଼ପତ୍ର ହୋଇଥିଲା। ତାଙ୍କର ୫ଟି ସନ୍ତାନ ଅଛନ୍ତି। ୨ଟି ପୁଅ ଓ ୩ ଝିଅ। ଦୁଇ ପୁଅ ଗ୍ରାଜୁଏସନ୍‌ ଶେଷ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.