Below header

ରାଜସ୍ଥାନ : ହୋମ ଓ୍ଵାର୍କ କରି ନଥିବାରୁ ଶିକ୍ଷକଙ୍କ ଆଖିବୁଜା ମାଡ଼, ହସପିଟାଲରେ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଳୀ : ରାଜସ୍ଥାନର ଚୁରୁ ଜିଲ୍ଲାର ସାଲାସର ଗାଁରେ ଘଟିଛି ଏକ ଛାତି ଥରେଇ ଦେବା ଭଳି ଘଟଣା । ଏଠାରେ ଥିବା ଏକ ଘରୋଇ ସ୍କୁଲର ଜଣେ ୭ମ ଶ୍ରେଣୀର ଛାତ୍ରକୁ ତାଙ୍କ ଶିକ୍ଷକ ହୋମ ଓ୍ଵାର୍କ କରିନଥିବାରୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ୧୩ ବର୍ଷର ଏହି ଛାତ୍ରର ଏକମାତ୍ର ଭୁଲ ଥିଲା ଯେ ସେ ଶିକ୍ଷକ ଦେଇଥିବା ହୋମ ଓ୍ଵାର୍କ କରିନଥିଲା ।

ଉକ୍ତ ଶିକ୍ଷକଙ୍କ ଏଥିରେ କ୍ରୋଧ ମୁଣ୍ଡକୁ ଚଢ଼ିଗଲା । ଆଉ ଛାତ୍ରଟିକୁ ଆରମ୍ଭ କରିଦେଲେ ଆଖିବୁଜା ମାଡ଼ । ବିଧା, ଗୋଇଠା ଠାରୁ ଆରମ୍ଭ କରି ମନ ଇଚ୍ଛା ପିଟିଲେ । ପିଲାଟି ଏଥିରେ ଗୁରୁତର ଆହତ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଛାତ୍ରଟିର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି ।

ସାଲସର ପୋଲିସ ସନ୍ଦୀପ ବିଶ୍ୱାସ କୁହନ୍ତି ଯେ କୋଲସର ନିବାସୀ ଓମ ପ୍ରକାଶ ତାଙ୍କ ପୁଅକୁ ଶିକ୍ଷକ ମାରି ଦେଇଥିବା ନେଇ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପ୍ରକାଶଙ୍କ ପୁଅ ମନୋଜ (୧୩) ମଡର୍ଣ୍ଣ ପବ୍ଲିକ ସ୍କୁଲ ର ୭ମ ଶ୍ରେଣୀରେ ପଢ଼େ । ମନୋଜ ତାଙ୍କ ପିତାଙ୍କୁ ୧୫ ଦିନରେ ପ୍ରାୟ ୩ ଥର ଅଭିଯୋଗ କରିଥିଲେ ଯେ ତାଙ୍କ ଶିକ୍ଷକ ମନୋଜ ବିନା କାରଣରେ ତାଙ୍କୁ ମାରପିଟ କରୁଛନ୍ତି । ବୁଧବାର ବି ତାଙ୍କ ପୁଅ ସ୍କୁଲ ଯାଇଥିଲା । ତେବେ ସକାଳ ପ୍ରାୟ ୯ଟା ବେଳେ ଶିକ୍ଷକ ମନୋଜ ତାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କ ପୁଅ ହୋମ ଓ୍ଵାର୍କ କରିନଥିବାରୁ ତାକୁ ମାଡ଼ ହୋଇଛି । ସେଥିପାଇଁ ସେ ବେହୋସ ହୋଇଯାଇଛି ।

କ୍ଷେତରେ କାମ କରୁଥିବା ପିତା ଅଭିଯୁକ୍ତ ଶିକ୍ଷକକୁ ପଚାରିଲେ ବେହୋସ ହୋଇଯାଇଛି ନା ମରିଯାଇଛି । ଏଥିରେ ଅଭିଯୁକ୍ତ କହିଥିଲେ ଯେ ସେ ମରିବାର ନାଟକ କରୁଛି । କିଛି ସମୟ ପରେ ଓମ ପ୍ରକାଶ ସ୍କୁଲରେ ପହଞ୍ଚିଲେ । ପୂର୍ବରୁ ସେଠାରେ ତାଙ୍କର ପତ୍ନୀ ପହଞ୍ଚିସାରିଥିଲେ । ସ୍କୁଲର ଅନ୍ୟ ପିଲାମାନେ ଆତଙ୍କିତ ଥିଲେ ।

ସ୍କୁଲର ପିଲାମାନଙ୍କ ଠାରୁ ଯାହା ଜାଣିବାକୁ ମିଳିଲା ତାହା ଛାତି ଥରାଇ ଦେବା ଭଳି ଘଟଣା । ପିଲାଙ୍କ କହିବା ଅନୁଯାୟୀ, ଶିକ୍ଷକ ମନୋଜ କୁମାର ଛାତ୍ରଟିକୁ ନୃଶଂସ ଭାବେ ମାରିଥିଲେ । ଛାତ୍ରଟି ଲହୁ ଲୁହାଣ ହୋଇଯାଇଥିଲେ । ଛାତ୍ରଟିକୁ ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଥିଲେ । ଛାତ୍ରର ପିତାଙ୍କ ଅଭିଯୋଗ ଅନୁଯାୟୀ ଶିକ୍ଷକଙ୍କ ନାମରେ ଧାରା ୩୦୨ ରେ ମାମଲା ରୁଜୁ କରାଯାଇଛି । ମେଡିକାଲର ୩ ଜଣିଆ ଡାକ୍ତରୀ ଦଳ ଛାତ୍ରଟିର ପୋଷ୍ଟମର୍ଟମ କରିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.