ବିଶେଷ ଅବସରରେ ଘରେ ବନାନ୍ତୁ “ପନିର ଜିଲାପି”, ଶିଖି ରଖନ୍ତୁ କେମିତି କରିବେ ପ୍ରସ୍ତୁତ

ସାରା ଦେଶରେ ଏବେ ପର୍ବାଣି ଋତୁ ଚାଲିଛି । ଦଶହରା, କୁମାର ପୁର୍ଣିମା ପରେ ଏବେ ଖୁବଶୀଘ୍ର ଦୀପାବଳି ଆସିବାକୁ ଯାଉଛି । ପର୍ବପର୍ବାଣି ଦିନ ଘରେ ସାଧାରଣତଃ ସୁସ୍ୱାଦୁ ବ୍ୟଞ୍ଜନ, ସ୍ୱାଦିଷ୍ଟ ପିଠା, ଭଳି ଭଳିକା ମିଠା ଆଦି ପ୍ରସ୍ତୁତ କରି ଖାଇବାକୁ ଭଲଲାଗେ । ଘରର ଘରଣୀ ବି ଭଳିଭଳିକା ରୋଷେଇ ପ୍ରସ୍ତୁତ କରିବାରେ ଲାଗିପଡନ୍ତି । ପିଲାଙ୍କ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ହେଉଛି ଜିଲାପି । ଏମିତିରେ ତ ଆମେ ବଜାରରୁ ହେଉ ଅବା ଘରେ ବନେଇ ହେଉ ଅନେକ ଥର ଜିଲାପି ପ୍ରସ୍ତୁତ କରି ଖାଇଥିବୁ । କିନ୍ତୁ କେବେ ପନିର ଜିଲାବୀ କଥା ଚିନ୍ତା କରିଛନ୍ତିକି । ଯାହା ଶୁଣିଛନ୍ତି ତାହା ସତ । ଆପଣ ଚାହିଁଲେ ପନିର ଜିଲାପି ପ୍ରସ୍ତୁତ କରିପାରିବେ ଆଉ ଏହାକୁ ଚାଖିପାରିବେ । ତେବେ ଆସନ୍ତୁ ଦେଖିବା ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ।

୧. ଗୋଟେ ଲିଟର ବହଳିଆ କ୍ଷୀର
୨. ୨ ବଡ ଚାମଚ ଲେମ୍ବୁ ରସ
୩. ୩୦୦ ଗ୍ରାମ ଚିନି
୪. ଗୁଜୁରାତି ଗୁଣ୍ଡ
୫. କେଶର
୬. ଦୁଇ ବଡ ଚାମଚ ମଇଦା
୭. ଅଧା ଚାମଚ ବେକିଙ୍ଗ ସୋଡା଼
୮. ୩୫ ଗ୍ରାମ ମକ୍କା ଅଟା
୯. ୨୫୦ ଗ୍ରାମ ପନିର
୧୦ . କିଛି ତେଲ ଓ ପେସ୍ତା ବାଦାମ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପ୍ୟାନରେ କ୍ଷୀର ଗରମ କରନ୍ତୁ । ସେଥିରେ ଲେମ୍ବୁ ରସ ଦେଇ ଲଗାତାର ଭାବରେ ଘାଟନ୍ତୁ । କ୍ଷୀର ଛିଡ଼ି ଛେନା ହୋଇଗଲେ ଏକ ପତଳା କପଡ଼ାରେ ଛାଣି ଦିଅନ୍ତୁ । ଧୀରେ ଧୀରେ କରି ପାଣି ଗଡିଯିବ । ଯଦି ପନିରରୁ ଲେମ୍ବୁ ଗନ୍ଧ ଆସୁଥିବ ତେବେ ଆପଣ ପନିରକୁ ସାଧା ପାଣିରେ ଧୋଇପାରିବେ । ଏବେ ଆଉ ଏକ ପ୍ୟାନରେ ଚିନି, ପାଣି, ଗୁଜୁରାତି ଗୁଣ୍ଡ ଦେଇ ରସ ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ କିଛି କେଶର ମିଶାନ୍ତୁ । ଏବେ ଆଉ ଏକ ପାତ୍ରରେ ଦୁଇ ଚାମଚ ମଇଦା, ଅଟା, ବେକିଙ୍ଗ ସୋଡା଼, ପାଣି ମିଶାଇ ଏକ ପେଷ୍ଟ ବନେଇ ଦିଅନ୍ତୁ । ଏହି ମିଶ୍ରଣରେ ପନିର ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଚାହିଁଲେ ଗ୍ରାଇଣ୍ଡରରେ ବି ମିଶାଇ ପାରିବେ । ପିପିଙ୍ଗ ବ୍ୟାଗ କିମ୍ବା ଏକ କଣା ଥିବା କପଡାରେ ମିଶ୍ରଣକୁ ରଖି ଗରମ ତେଲରେ ଜିଲାପି ଆକୃତିର ପ୍ରସ୍ତୁତ କରନ୍ତୁ । ସୁନେଲି ରଙ୍ଗର ହେବା ପର୍ଯ୍ୟନ୍ତ ତେଲରେ ରଖନ୍ତୁ । ଜିଲାପି ହୋଇଗଲେ ରସରେ ୫ ମିନିଟ ପାଇଁ ଭିଜେଇ ଦିଅନ୍ତୁ | କିଛି ସମୟ ପରେ ଏହାକୁ କାଢ଼ିବା ପରେ କେଶର, ପିସ୍ତା ଆଦି ଦେଇ ସଜେଇ ଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.