ପାକ୍ ସୀମାରେ ଛାଇଗଲେ ଭାରତୀୟ ଯୁଦ୍ଧ ବିମାନ , ସ୍ଥାନୀୟ ଲୋକଙ୍କୁ ରାତିରେ ଲାଇଟ ବନ୍ଦ ରଖିବାକୁ ଆଦେଶ

ଭାରତୀୟ ସେନାର ପାକିସ୍ତାନ ଉପରେ ଏୟାରର୍ଷ୍ଟାଇକ୍ କରିବା ପରେ ଉଦ୍ଭୟ ଦେଶର ସୀମାନ୍ତରେ ଅଶାନ୍ତି ବଢ଼ିଯାଇଛି। ଏହାକୁ ନଜରରେ ରଖି ଅନ୍ତଃରାଷ୍ଟ୍ରୀୟ ସୀମା ରେଖା ପାଖରେ ରହିଥିବା ଅଞ୍ଚଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ସୁଦ୍ରୁଢ଼ କରାଯାଇଛି। ଏନେଇ ଗୁଜୁରାତ ସମେତ ପାକିସ୍ତାନୀ ବର୍ଡର ପାଖ ଅଞ୍ଚଳ ଗୁଡିକରେ ରାତି ସମୟରେ ବିଜୁଳି ବନ୍ଦ ରଖିବାକୁ କୁହାଯାଇଛି।

ଏହାଛଡ଼ା ସୀମାନ୍ତ ଅଞ୍ଚଳ ଗୁଡିକରେ ଭାରତୀୟ ବାୟୁ ସେନାର ଫାଇଟର ଜେଟ, ରାଡ଼ାର ଏବଂ ଏୟାର ବୋନିଂ ସିଷ୍ଟମ ସହ ଡ୍ରୋନ କ୍ୟାମେରାକୁ ନିଯୋଜିତ କରାଯାଇଛି। ସୀମାନ୍ତରେ ସମସ୍ତ ପ୍ରକାରର ସୁରକ୍ଷା ବିଧିକୁ ଅବଲମ୍ବନ କରାଯାଉଛି।

ନିଶ୍ଚିତ ପଢ଼ନ୍ତୁ: ମିଗ୍ ବନାମ F-16 : ଆକାଶରେ ମୁହାଁମୁହିଁ ଦୁଇ ଦେଶ ବାୟୁସେନା ଲଢୁଆ ବିମାନ

୨୬ ଫେବ୍ରୁଆରୀରେ ହୋଇଥିବା ଆକ୍ରମଣ ପରେ ପାକିସ୍ତାନୀ ସେନା ଗୁଜୁରାତର ସୀମା ମଧ୍ୟକୁ ଡ୍ରୋନ ପଠାଇଥିଲା। ଯାହାକୁ ପରବର୍ତ୍ତି ସମୟରେ ଭାରତୀୟ ସେନା ଧ୍ବଂସ କରିଥିଲେ। ଏହାଛଡ଼ା ରାଜ୍ୟର ବନାସକାଂଠା ଏବଂ କଛର ସୀମାନ୍ତରେ ମଧ୍ୟ ଖାସ ସୁରକ୍ଷା ରଖାଯାଇଛି।

ନିଶ୍ଚିତ ପଢ଼ନ୍ତୁ: ପାକ୍‌ କବ୍‌ଜାରେ ଭାରତୀୟ ପାଇଲଟ୍‌ : ଅଭିନନ୍ଦନ, ତୁମକୁ ସଲାମ; ତୁମ ସହ ସାରା ଦେଶ ଅଛି

ଭାରତୀୟ ସମସ୍ତ ସୀମାରେଖାକୁ ସିଲ କରାଯାଇଛି। ସମସ୍ତ ପ୍ରକାରର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସେନା ପ୍ରସ୍ତୁତ ରହିଥିବା ବେଳେ ଏଠାରେ ରାତି ସମୟରେ ସ୍ଥାନୀୟ ବାସିନ୍ଦାଙ୍କୁ ଲାଇଟ ବନ୍ଦ ରଖିବାକୁ କୁହାଯାଇଛି। ଏହା ଦ୍ବାରା ଶତ୍ରୁଙ୍କ ଗତିବିଧି ଉପରେ ଖାସ ଧ୍ୟାନ ରଖାଯାଇ ପାରିବ ବୋଲି କୁହାଯାଇଛି। ରାଜ୍ୟର ଡାକ୍ତରୀ ବିଭାଗକୁ ପର‌୍ୟ୍ୟପ୍ତ ପରିମାଣର ଔଷଧ ରଖିବାକୁ କୁହାଯାଇଥିବା ବେଳେ ମାଛ ଧରାଳି ମାନଙ୍କୁ ଅଧିକ ଗଭୀର ମଧ୍ୟକୁ ଯିବାକୁ ମନା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.