ପୂର୍ବାଞ୍ଚଳ ବଧିର କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଚାମ୍ପିଅନ୍

ଭୁବନେଶ୍ୱର (କେ ନ୍ୟୁଜ୍) : ତୃତୀୟ ପୂର୍ବାଞ୍ଚଳ ବଧିର କ୍ରିକେଟ୍ ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ । ଫାଇନାଲ୍ରେ ପଶ୍ଚିମବଙ୍ଗକୁ ୭୦ ରନ୍ରେ ପରାସ୍ତ କରି ବିଜୟୀ ହେବା ସହ ସର୍ବଭାରତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛି ।
ଓଡ଼ିଶା ବଧିର କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇଏମ୍ଏମ୍ଟି ପଡ଼ିଆରେ ଆୟୋଜିତ ହୋଇଥିଲା ଏହି ତିନି ଦିନିଆ ପ୍ରତିଯୋଗିତା । ଓଡ଼ିଶା ଦଳ ତାର ପ୍ରଥମ ମ୍ୟାଚ୍ରେ ବିହାରକୁ ୭ ଓ୍ଵିକେଟ୍ରେ ଏବଂ ଦ୍ୱିତୀୟ ମ୍ୟାଚ୍ରେ ଝାଡ଼ଖଣ୍ଡକୁ ୧୦ ଓ୍ଵିକେଟ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା । ଦଳର ନବାଗତ ଖେଳାଳି ଆର.ଆର. ସାହାଣି ଚମତ୍କାର ଖେଳ ପ୍ରଦର୍ଶନ କରି ଉଭୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଜିତିଥିଲେ । ଉଦଯାପନୀ ଉତ୍ସବରେ ଓଡ଼ିଶା ହାଇକୋର୍ଟର ଆଇନ୍ଜୀବୀ ନିତିଶ କୁମାର ମହାନ୍ତି, ଡ. ବି.ସି. ତ୍ରିପାଠୀ, ବି.ସି. ସାହୁ, ପ୍ରଫେସର କବୀର ମୋହନ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।