Below header

ସମୁଦ୍ରରେ ଖସିପଡିଲା ଭାରତୀୟ ନୌସେନା ବିମାନ MiG-29K, ପାଇଲଟ ନିଖୋଜ

ଭାରତୀୟ ନୌସେନାର ଏକ ଟ୍ରେନର ପ୍ଳେନ୍ MiG-29K ଗୁରୁବାର ସନ୍ଧ୍ୟାରେ ସମୁଦ୍ର ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତୀୟ ନୌସେନାର ସୂଚନା ଅନୁସାରେ, ଆରବ ସାଗର ଉପର ଦେଇ ଉଡାଣ କରିବା ବେଳେ MiG-29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ପାଇଲଟ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ପାଇଲଟ ନିଖୋଜ ରହିଛନ୍ତି। ଏହାର ସୂଚନା ମିଳିବା ମାତ୍ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ଦିଆଯାଇଛି ।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ରେସକ୍ୟୁ ଟିମର ଜଣେ ପାଇଲଟ୍କୁ ଉଦ୍ଧାର କରାଯାଇଛି। ସେଭଳି ଆଉ ଜଣେ ପାଇଲଟଙ୍କୁ ଖୋଜା ଯାଉଛି। ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ନୌସେନା ପକ୍ଷରୁ ଦିଆଯାଇଛି। MiG 29 ବିମାନ ରୁଷ ବିମାନ ଅଟେ। ଏହାର ଲମ୍ବା ୧୭.୩୨ ମିଟର(୫୬ ଫୁଟ୍ ୧୦ ଇଞ୍ଚ) ଓ ସର୍ବାଧିକ ଓଜନ ବହନ କ୍ଷମତା ୧୮,୦୦୦ କିଲୋଗ୍ରାମ। ସୂଚନାଯୋଗ୍ଯ, ଚଳିତବର୍ଷ ଫେବୃଆରୀରେ ଭାରତୀୟ ନୌସେନାର ଏକ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ ଏଥିରେ କୌଣସି ପାଇଲଟକୁ କିଛି କ୍ଷତି ପହଞ୍ଚିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.