ଗୁଜରାଟର ରାଜକୋଟରେ ଥିବା ଶିବାନନ୍ଦ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ, ୫ମୃତ

ରାଜକୋଟ: ଗୁଜରାଟ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ। ରାଜକୋଟର ଶିବାନନ୍ଦ କୋଭିଡ଼ ହସ୍ପିଟାଲରେ ଗତକାଲି ରାତିରେ ନିଆଁ ଲାଗିଯାଇଥିଲା। ହସ୍ପିଟାଲ୍‌ର ଆଇସିୟୁରେ ରାତି ପ୍ରାୟ ୧ଟା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ନିଆଁ ଲାଗିଥିବା ସମୟରେ ‘ଆଇସିୟୁ’ରେ ପ୍ରାୟ ୧୧ଜଣ ରୋଗୀ ଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅବଶିଷ୍ଟ ୫ଜଣ ପ୍ରାଣ ହରାଇଛନ୍ତି।

କୋଭିଡ୍‌ ହସ୍ପିଟାଲ୍‌ର ଦ୍ୱିତୀୟ ତାଲାରେ  ସର୍ଟ ସର୍କିଟ୍‌ କାରଣରୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।
ପ୍ରଥମେ ଅଗ୍ନିକାଣ୍ଡ ‘ଆଇସିୟୁ’ରୁ ହିଁ ଆରମ୍ଭ ହୋଇଥିବା କୁହାଯାଉଥିବାବେଳେ, ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ରାଜକୋଟ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଘଟଣା ପରେ ସେଠାରେ ଥିବା ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.