ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେଲେ କୋଟି ଓଡ଼ିଆଙ୍କ ମଉଡ଼ମଣି

ପୁରୀ(କେ ନ୍ୟୁଜ):  ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେଲେ କୋଟି ଓଡ଼ିଆଙ୍କ ମଉଡ଼ ମଣି ମହାପ୍ରଭୁ । ଦୀର୍ଘ ୨୬ ବର୍ଷ ପରେ ରତ୍ନ ସିଂହାସନରେ ଯୋଦ୍ଧା ବେଶରେ ଭାଇ ଭଉଣୀଙ୍କ ସହ ସଜେଇ ହଲେ ମହାପ୍ରଭୁ ଜଗନ୍ନାଥ । ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ କରାଯାଇଛି । ଧନୁ, ଶରପୂର୍ଣ୍ଣ ତୁଣୀର, କଟାରି, ଛୁରୀ, ବାଘନଖ, ଏରାପକ୍ଷୀର ପର, ଅଣ୍ଟାରେ ଢାଲ ଓ ମୁଣ୍ଡରେ ସୋଲରେ ତିଆରି ହାଣ୍ଡିଆ ରଖି ସଜେଇ ଦିଆଯାଇଛି ମହାପ୍ରଭୁଙ୍କୁ । ମସ୍ତକରେ ଶୋଭାପାଉଛି ସୋଲରେ ପ୍ରସ୍ତୁତ ହାଣ୍ଡିଆ । ଦୁର୍ଲଭ ବେଶ ପାଇଁ ରାତି ୨ଟାରୁ ବେଶ ନିର୍ମାଣ ହୋଇଥିବା ହରଚଣ୍ଡୀ ସାହି ଚକ୍ର କୋଟରେ ହୋଇଥିଲା ପୁରୋହିତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ପୂଜାର୍ଚ୍ଚନା ଓ ସଂସ୍କାର ବିଧି ।

ରାତି ୨ଟା ୪୫ରେ ଶ୍ରୀମନ୍ଦିର ଦ୍ୱାର ଖୋଲିବା ପରେ ଏକ ଶୋଭାଯାତ୍ରାରେ ବେଶ ସାମଗ୍ରୀ ଚକ୍ରକୋଟରୁ ବାହାରିଥିଲା । ଘଣ୍ଟଘଣ୍ଟା, ଛତ୍ରୀ, ଚାମର ଓ ନୃତ୍ୟର ତାଳେ ତାଳେ ବେଶ ସାମଗ୍ରୀ ସୁରକ୍ଷା ବଳୟ ମଧ୍ୟରେ ସିଂହଦ୍ୱାରରେ ପହଞ୍ଚିଥିଲା । ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ଭୋର ୪ଟା ୪୫ରେ ବେଶ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଶେଷ ଥର ପାଇଁ ୧୯୯୪ ମସିହାରେ ଏହି ବେଶ ଆଜି ଅନୁଷ୍ଠିତ ହୋଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଛି ପୁରୀ ସହର । ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି । ବେଶ ଓଲାଗି ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବା ନେଇ ନିର୍ଦ୍ଦେଶ ଜାରି ହୋଇଥିଲା ।

ମରିଚକୋଟ ଛକରୁ ସିଂହଦ୍ୱାର ଏବଂ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଥିଲା । ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୨୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.