ବିନା ଭିଜାରେ ଭାରତୀୟ ଯାଇପାରିବେ ଏହି ୧୫ ଟି ଦେଶ, ରହିଛି ଖୁବ୍ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ

ଭ୍ରମଣ କରିବା ପାଇଁ ସମସ୍ତେ ଭଲ ପାଆନ୍ତି। ହେଲେ ଅନେକ ଲୋକଙ୍କ ଇଚ୍ଛା ଥାଏ ବିଦେଶ ଯିବା ପାଇଁ। ତେଣୁ ତାଙ୍କୁ ଏଥିପାଇଁ ଭିଜା ମଧ୍ୟ କରିବାକୁ ପଡିଥାଏ। ଭିଜା ଆପ୍ଲାଏ କରିବା ପରେ କିଛି ଲୋକଙ୍କର ଭିଜା ଆପ୍ରୁଭ ହୋଇଥାଏ ତ ପୁଣି ଆଉ କାହାର ହୋଇନଥାଏ। କିନ୍ତୁ ଏମିତି କିଛି ଦେଶ ଅଛି ଯେଉଁ ସ୍ଥାନକୁ ଭାରତୀୟ ବିନା ଭିଜାରେ ମଧ୍ୟ ଯାଇପାରିବେ । ସେ ପୁଣି ଗୋଟେ କିମ୍ବା ୨ ଟି ଦେଶ ନୁହେଁ ପାଖାପାଖି ୧୫ ଟି ଦେଶ ଯାଇପାରିବେ ଭାରତୀୟ ପର୍ଯ୍ୟଟକ।
ଆସନ୍ତୁ ଜାଣିବା ଦେଶ ଗୁଡ଼ିକ ବିଷୟରେ
ଭୁଟାନ:

ଜଣେ ଭାରତୀୟ ବିନା ଭିଜାରେ ଭୁଟାନ ଯାଇପାରିବେ । ତାଙ୍କୁ କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ ନାହିଁ। ତେବେ କେବଳ ପାସପୋର୍ଟ ଓ ଆଇଡି ଏହି ସ୍ଥାନ ପାଇଁ ଦରକାର ।
ଇଣ୍ଡୋନେସିଆ:
ଆପଣ ଯଦି ଜଣେ ପ୍ରକୃତି ପ୍ରେମୀ ତେବେ ଇଣ୍ଡୋନେସିଆ ଯିବା ପାଇଁ ନିହାତି ଚେଷ୍ଟା କରନ୍ତୁ। ଏହି ଦେଶ ପ୍ରକୃତିର ଗନ୍ଥାଘର। ସବୁଠାରୁ ବଡ଼ କଥା ହେଉଛି ଆପଣ ଏଠାରେ ପାଖା ପାଖି ୩୦ ଦିନ ପର୍ଯ୍ୟନ୍ତ ବିନା ଟେନସନରେ ବୁଲି ପାରିବେ ।
ମାରିଶସ୍:

ହନିମୁନ ପାଇଁ ପ୍ରାୟ ଭାରତୀୟ ମାରିଶସ୍ ଯାଇଥାନ୍ତି। ଏହା ମଧ୍ୟ ଏକ ସୁନ୍ଦର ସ୍ଥାନ।ଆପଣ ବିନା ଭିଜାରେ ଏଠାକୁ ଯାଇପାରିବେ । ଯଦି ଆପଣ ସି- ବିଚ୍ ପସନ୍ଦ କରନ୍ତି ତେବେ ଏହି ସ୍ଥାନ ଆପଣଙ୍କ ପାଇଁ ବହୁତ୍ ଭଲ ସ୍ଥାନ।
ଡୋମିନିକା:
ଡୋମିନିକା ହେଉଛି ଏକ ଶାନ୍ତ ସହର । ଯଦି ବେଶି ଭିଡ଼ ମଧ୍ୟ ନାହିଁ, ତେବେ ଏହି ସ୍ଥାନକୁ ଭାରତୀୟ ବିନା ଭିଜାରେ ଆସି ପାରିବେ ଓ ଏଠାରେ ପ୍ରାୟ ୧୮୦ ଦିନ ରହିପାରିବେ । ଏହି ସିଟି ଦେଖିବାକୁ ଖୁବ୍ ସୁନ୍ଦର ।
ନେପାଲ:
ଭାରତୀୟମାନେ ନେପାଳରେ ପୁରା ଫ୍ରୀ ହୋଇ ଆରାମରେ ବୁଲି ପାରିବେ। ନେପାଲ ଯିବା ପାଇଁ ଆପଣଙ୍କୁ କେବଳ ପରିଚୟ ପତ୍ର ହିଁ ଦରକାର। ବିନା ଭିଜାରେ ବୁଲିବା ପାଇଁ ଏହା ଭାରତୀୟଙ୍କ ପାଇଁ ଏକ ସୁନ୍ଦର ଦେଶ ।
ହଙ୍କ କଙ୍ଗ:
ହଙ୍କ କଙ୍ଗର ଏସଏଆର ରେ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଏଠାରେ ଭାରତୀୟ ବିନା ଭିଜାରେ ପାଖା ପାଖି ୧୪ ଦିନ ରହିପାରିବେ । ଏହା ମଧ୍ୟ ଏକ ସୁନ୍ଦର ସହର।
ଗ୍ରେନାଡା:
ଗ୍ରେନାଡାରେ ମଧ୍ୟ ଆପଣ ପ୍ରାୟ ୯୦ ଦିନ ପର୍ଯ୍ୟନ୍ତ ବିନା ଭିଜାରେ ରହିପାରିବେ। ସବୁଠୁ ବଡ଼ କଥା ହେଇଛି ଆପଣ ଏଠାରେ ଅନେକ ଆଡଭେନଚରିୟସ ଆକ୍ତିଭିଟିର ମଜା ନେଇ ପାରିବେ ।ପାହାଡ଼ ଉପରେ ଏଠାରେ ଘର ଗୁଡ଼ିକ ରହିଛି। ଏହା ମଧ୍ୟ ଖୁବ୍ ସୁନ୍ଦର ସ୍ଥାନ।
ହୈତି:

ହୈତି ନିଜର ପ୍ରାଚୀନ କଳା ସଂସ୍କୃତି ଓ ପରମ୍ପରା ପାଇଁ ଖୁବ୍ ଜଣାଶୁଣା । ଏହା ଏକ ଐତିହାସିକ ଦେଶ। ତେଣୁ ଏହି ଦେଶକୁ ଆସିବାକୁ ମଧ୍ୟ ଆପଣଙ୍କୁ ଭିଜା ଦରକାର ନାହିଁ ।
ବାରବାଡୋସ:

ଏହି ଦେଶ କୈରେବିୟନ୍ ଦ୍ଵୀପରେ ରହିଛି। ଏହା ମଧ୍ୟ ଖୁବ୍ ସୁନ୍ଦର ସ୍ଥାନ ।ଏଠାରେ ପ୍ରାୟ ଆପଣ ବିନା ଭିଜାରେ ୯୦ ଦିନ ପର୍ଯ୍ୟନ୍ତ ରହିପାରିବେ।
ମୋଣ୍ଟସେରାଟ:
ଏହି ସ୍ଥାନରେ ଜଣେ ଭାରତୀୟ ବିନା ଭିଜାରେ ପ୍ରାୟ ଅଧିକ ସମୟ ମାନେ ୩ ମାସ ରହି ପାରିବେ। ଏଠାରେ ଆପଣ ସ୍କୁବା ଡାଇଭିଂ, ହାଇକିଂ ଟ୍ରେଲ୍ସ୍ ଆକ୍ତିଭିଟି ସବୁ କରିପାରିବେ। ଯଦି ଆପଣ ପାହାଡ଼ ଚଢ଼ିବାକୁ ଭଲ ପାଆନ୍ତି ତେବେ ଏଠାରେ ଆପଣଙ୍କ ପାଇଁ ଭଲ ସୁବିଧା ରହିଛି।
ନିଉ ଦ୍ୱୀପ:
ଏହା ଏକ ଶାନ୍ତ ଓ ସୁନ୍ଦର ସ୍ଥାନ । ଭାରତୀୟ ଦ୍ୱୀପରେ ପ୍ରାୟ ୩୦ ଦିନ ବିନା ଭିଜାରେ ରହିପାରିବେ ।
ସେଣ୍ଟ ଭିସେଣ୍ଟ ଆଣ୍ଡ ଗ୍ରେନେଡାଇସ୍:
ଏହି ଦେଶ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଏଠାକୁ ଆପଣ ବିନା ଭିଜାରେ ଯାଇପାରିବେ। ଏଠାରେ ଆପଣ ପ୍ରାୟ ୧ ମାସ ପର୍ଯ୍ୟନ୍ତ ରହିପାରିବେ ।
ସର୍ବିୟା:

ଏହି ଦେଶକୁ ମଧ୍ୟ ଆପଣ ବିନା ଭିଜାରେ ଯାଇପାରିବେ । ଏହା ଏକ ଖୁବ୍ ସୁନ୍ଦର ସ୍ଥାନ । ଆପଣ ଏଠାରେ ପ୍ରାୟ ୩୦ ଦିନ ପର୍ଯ୍ୟନ୍ତ ରହିପାରିବେ। ତେବେ ଏଠାକୁ ଶୀତ ଦିନରେ ଆସିଲେ ଏଠାରେ ବରଫ ବର୍ଷାକୁ ଆପଣ ଏଞ୍ଜୟ କରିପାରିବେ।
ତ୍ରିନିଦାଦ ଓ ଟୋବୈଗୋ:
ଯଦି ଆପଣ ପାର୍ଟି କରିବାକୁ ଖୁବ୍ ପସନ୍ଦ କରନ୍ତି ତେବେ ଆପଣ ଏହି ସ୍ଥାନକୁ ଆସିପାରିବେ । ଏଠି ମଧ୍ୟ ଭାରତୀୟଙ୍କୁ ଭିଜା ଦରକାର ନାହିଁ।
ସମୋଆ:
ଏହି ସ୍ଥାନକୁ ଆସିବା ପାଇଁ ଜଣେ ଭାରତୀୟଙ୍କୁ ନିଜର ସବୁ ପରିଚୟ ପତ୍ର ଆଣିବାକୁ ପଡ଼ିବ କିନ୍ତୁ ଭିଜା ଦରକାର ହେବା ନାହିଁ। ସମୁଦ୍ର କୂଳରେ ବୁଲିବାକୁ ଭଲ ଲାଗୁଥିଲେ ଆପଣ ଏହି ଦେଶକୁ ଯାଇପାରିବେ । ଏଠାରେ ସମୁଦ୍ର ଓ ଆକାଶର ଦୃଶ୍ୟ ଖୁବ୍ ସୁନ୍ଦର ଦେଖାଯାଏ। ତେବେ ଆପଣ ଏହି ସବୁ ସ୍ଥାନକୁ ବିନା ଭିଜାରେ ଯାଇପାରିବେ ।