Below header

ଗୋଟିଏ ଶରୀର ହେଲେ ଦୁଇଟି ମତଦାନ, କେମିତି ହେବ ଜାଣନ୍ତୁ

ସୋହନା ସିଂ ଓ ମୋହନ ସିଂ ପ୍ରଥମ ଥର ଦେବେ ଭୋଟ । ଆଗାମୀ ନିର୍ବାଚରେ ଏମାନେ ଭୋଟ ଦେବେ । କିନ୍ତୁ ସମସ୍ୟା କଣ ଜାଣନ୍ତି ଏମାନେ ଦୁଇ ଭାଇ କିନ୍ତୁ ଗୋଟିଏ ଶରୀର । ହେଲେ ଭୋଟ ଦେବେ ପୃଥକ ହୋଇ । କେମିତି ଜାଣିବେନି ? ନିକଟରେ ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ ଅମୃତସର ଯାଆଁଳା ଭାଇ ସୋହନା ଓ ମୋହନାଙ୍କୁ ଦୁଇଟି ପୃଥକ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଗତ ବର୍ଷ ଏମାନଙ୍କୁ ୧୮ବର୍ଷ ହୋଇଥିଲା । ସୋହନା ଓ ମୋହନ ଗୋଟିଏ ଦଳ ସହ ଜଡିତ ହେଲେ ନିର୍ବାଚନ ଆୟୋଗ ସେମାନଙ୍କୁ ପୃଥକ ଭୋଟର ଭାବରେ ବିବେଚନା କରିଛନ୍ତି । ମତଦାନ କେନ୍ଦ୍ରରେ ଅଧିକାରୀ ନିଶ୍ଚିନ୍ତ କରିବେ ଯେ ଭୋଟ ସମୟରେ ଉଭୟ ପରସ୍ପରକୁ ନଦେଖିବେ । ଅର୍ଥାତ କିଏ କାହାକୁ ଭୋଟ ଦେଉଛନ୍ତି ଦୁହେଁ ଯେଭଳି ସୂଚନା ପାଇବେ ନାହିଁ । ଏଥିପାଇଁ ଉଭୟଙ୍କ ମଧ୍ୟରେ ଏକ କପଡା ରହିବ ।

ଦୁହେଁ ଅଲଗା ଅଲଗା ଭୋଟ ଦେବାକୁ କହିଛନ୍ତି । ଆଉ କାହାକୁ ଭୋଟ ଦେଉଛୁ ତାହା ମଧ୍ୟ କଥା ହେବୁ ନାହିଁ ବୋଲି ଏମାନେ କହିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଏସ କରୁଣା ରାଜୁ କହିଛନ୍ତି ଯେ ନୂତନ ଚିନ୍ତାଧାରା ସହିତ ଭୋଟ ଦେବା ପାଇଁ ଆମେ ପ୍ରସ୍ତୁତି କରିଛୁ । ଏଥିପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ଠାରୁ ସ୍ୱତନ୍ତ୍ର ଅନୁମତି ନିଆଯାଇଅଛି ।

ଉଭଯଙ୍କ ପେଟ ଗୋଟିଏ ହେଲେ ହୃଦୟ ଅଲଗା । ଦୁହିଁଙ୍କ ପସନ୍ଦ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ । ଏକ ଟିଭି ସୋରେ ଉଭୟ କହିଥିଲେ ଯେ ଜଣେ ପିଜା ପସନ୍ଦ କରନ୍ତି ତ ଆଉଜଣେ ଦୋସା । ଉଭୟ ଆଇଟିଆଇ କରିବା ପରେ ଡିପ୍ଲୋମା ଇଞ୍ଜନିିୟରିଂ କରିଥିଲେ ଓ ପରେ ପରୀକ୍ଷାରେ ଉତ୍ତ୍‌ୀର୍ଣ୍ଣ ହୋଇ ସରକାରୀ ଚାକିରି ବି ପାଇଲେ । ଗୀତ ଗାଇବାରେ ଉଭୟଙ୍କର ରହିଛି ରୁଚି । ଜନ୍ମ ପରେ ଡାକ୍ତର କହିଥିଲେ କି ଦୁହେଁ ଅଧିକ ଦିନ ବଞ୍ଚିବେ ନାହିଁ । ଜନ୍ମ ହେବା ପରେ ଶିକ୍ଷିତ ହେବା ସତ୍ତ୍ୱେ ବି ସେମାନଙ୍କ ବାପାମାଆ ସେମାନଙ୍କୁ ପରିତ୍ୟାଗ କରିଥିଲେ । ଏହାପରେ ଏକ ଏନଜିଓରେ ବଢିଥିଲେ ଦୁହେଁ । ଏବେ ଦୁହେଁ ବେଶ ଖୁସି କାରଣ ସେମାନେ ଏବେ ଭୋଟ ଦେବେ । ତେବେ ଯାହା ନିୟମି ୮୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ବୁଥକୁ ଆଣିବା ଓ ଛାଡିବାର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.