ରାମମୟ ହେଲା ଆମେରିକା, ସାନ ଫ୍ରାନ୍ସିସ୍କୋରେ ବାହାରିଲା ବିଶାଳ ଶ୍ରୀରାମ କାର୍‌ ଶୋଭାଯାତ୍ରା

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଏକ ବିଶାଳ ଶ୍ରୀରାମ କାର ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏଥିରେ ସାମିଲ ହୋଇଛି ୧ ହଜାରରୁ ଅଧିକ କାର ।

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ହେବ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଉଦ୍‌ଘାଟନ । ଏହାପୂର୍ବରୁ ଭାରତରୁ ନେଇ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନେପାଳ, ଇଣ୍ଡୋନେସିଆ, ଥାଇଲାଣ୍ଡ ଭଳି ଅନେକ ଦେଶ ମଧ୍ୟ ରାମମୟ ହୋଇଉଠିଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଏକ ବିଶାଳ ଶ୍ରୀରାମ କାର ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏଥିରେ ସାମିଲ ହୋଇଛି ୧ ହଜାରରୁ ଅଧିକ କାର ।

ଶ୍ରୀରାମ କାର୍‌ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଲୋକେ ଅଂଶଗ୍ରହଣ କରିଛନ୍ତି । ଲୋକମାନେ ନିଜ ନିଜ ଗାଡ଼ି ଏବଂ ହାତରେ ଗେରୁଆ ରଙ୍ଗର ପତାକା ଧରିଛନ୍ତି, ଯେଉଁଥିରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଥିବା ଦେଖିବାକୁ ମିଳିଛି । ଶନିବାର ରାତିରେ ମଧ୍ୟ ଆମେରିକାର ରାସ୍ତାରେ ଲୋକମାନେ ଗେରୁଆ ପତାକା ଧରି ଶ୍ରୀରାମଙ୍କ ଜୟ ଜୟକାର କରୁଥିବା ଦେଖିବାକୁ ମିଳିଥିଲା ।

ଏଥିରୁ ଜଣାପଡ଼ୁଛି, କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ଶ୍ରୀରାମ ମନ୍ଦିରର ଉଦ୍‌ଘାଟନକୁ ନେଇ ବହୁତ ଉତ୍ସାହ ରହିଛି । ଆମେରିକାର ଅନେକ ହିନ୍ଦୁ ସଙ୍ଗଠନ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ବିଭିନ୍ନ ସ୍ଥାନରେ ଭବ୍ୟ ସମାରୋହ ଆୟୋଜନ କରିଛନ୍ତି । ଏହି ଉପଲକ୍ଷେ ଶତାଧିକ ହିନ୍ଦୁ ମନ୍ଦିରକୁ ଗେରୁଆ ରଙ୍ଗରେ ରଙ୍ଗାୟିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.