ଜାଣନ୍ତୁ ବ୍ରିସ୍କ ଓ୍ଵାକ୍‌ କ’ଣ ? ଓଜନ କମ କରିବାରେ କରେ ସାହାଯ୍ୟ ଏବଂ ହାର୍ଟକୁ ରଖେ ହେଲ୍‌ଦି

ଲୋକମାନେ ଓଜନ କମ କରିବାକୁ ଜିମ୍ ଯାଆନ୍ତି, ଯୋଗ କରନ୍ତି ଏବଂ କିଛି ଲୋକ ଡାଏଟିଂ ମଧ୍ୟ କରନ୍ତି । ତଥାପି କିଛି ଲୋକଙ୍କ ଅଫିସ୍ ଏବଂ ଘର କାମ ପରେ ଜିମ୍ ଯିବାକୁ ସମୟ ହୁଏ ନାହିଁ । ଏହିପରି ଲୋକମାନେ ବ୍ରିସ୍କ ଓ୍ଵାକ୍‌ କରିବା ଦ୍ୱାରା ଶୀଘ୍ର ଓଜନ କମ କରିପାରିବେ । ତେବେ ଆପଣ ବ୍ରିସ୍କ ଓ୍ଵାକ୍‌ କରିବା ଦ୍ୱାରା ସତେଜ ଅନୁଭବ କରିପାରିବେ । ଓଜନ କମ କରିବା ଏବଂ ଫିଟ୍ ରହିବା ପାଇଁ ଏହା ଏକ ଘରୋଇ ଏବଂ ଅତି ସରଳ ସମାଧାନ ।

ଲୋକମାନଙ୍କ ବର୍ତ୍ତମାନର ଖାଦ୍ୟ ଏବଂ ଲାଇଫ୍‌ଷ୍ଟାଇଲ୍‌ରେ ଅନେକ ପରିବର୍ତ୍ତନ ହେଉଛି । ତେବେ ବାହାରର ଖାଦ୍ୟ ଏବଂ ଜଙ୍କ୍ ଫୁଡ୍ ଯୋଗୁ ଲୋକଙ୍କର ଓଜନ ବଢିବା ପାଇଁ ଲାଗିଛି । ଯେଉଁଥିପାଇଁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଲୋକମାନେ ଓଜନ କମ କରିବାକୁ ଜିମ୍ ଯାଆନ୍ତି, ଯୋଗ କରନ୍ତି ଏବଂ କିଛି ଲୋକ ଡାଏଟିଂ ମଧ୍ୟ କରନ୍ତି । ତଥାପି କିଛି ଲୋକଙ୍କ ଅଫିସ୍ ଏବଂ ଘର କାମ ପରେ ଜିମ୍ ଯିବାକୁ ସମୟ ହୁଏ ନାହିଁ । ଏହିପରି ଲୋକମାନେ ବ୍ରିସ୍କ ଓ୍ଵାକ୍‌ କରିବା ଦ୍ୱାରା ଶୀଘ୍ର ଓଜନ କମ କରିପାରିବେ । ତେବେ ଆପଣ ବ୍ରିସ୍କ ଓ୍ଵାକ୍‌ କରିବା ଦ୍ୱାରା ସତେଜ ଅନୁଭବ କରିପାରିବେ । ଓଜନ କମ କରିବା ଏବଂ ଫିଟ୍ ରହିବା ପାଇଁ ଏହା ଏକ ଘରୋଇ ଏବଂ ଅତି ସରଳ ସମାଧାନ । ଏଥିପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ମଧ୍ୟ ପଡିବ ନାହିଁ ଏବଂ ଆପଣଙ୍କ ମୋଟାପଣ ଅତି ସହଜରେ କମିଯିବ ।

ଜାଣନ୍ତୁ ବ୍ରିସ୍କ ଓ୍ଵାକ୍‌ କ’ଣ ?
ସାଧାରଣ ଚାଲିବା ଠାରୁ ବ୍ରିସ୍କ ଓ୍ଵାକ୍‌ ସାମାନ୍ୟ ଭିନ୍ନ ହୋଇଥାଏ । ଯେତେବେଳେ ଆପଣ ଅତ୍ୟଧିକ ଧୀର କିମ୍ବା ଅତ୍ୟଧିକ ଜୋର ଚାଲନ୍ତି ନୁହେଁ ବରଂ ମିଡିୟମ ଚାଲିବାକୁ ବ୍ରିସ୍କ ଓ୍ଵାକ୍‌୍‌ କୁହାଯାଏ । ବ୍ରିସ୍କ ଓ୍ଵାକ୍‌ କେବଳ ଓଜନ କମ କରେ ନାହିଁ ବରଂ ଅନେକ ଲାଭ ମଧ୍ୟ ଦେଇଥାଏ । ଜୋରରେ ଚାଲିବା ହାର୍ଟକୁ ସୁସ୍ଥ ରଖେ ଏବଂ ସ୍ମୃତି ଶକ୍ତିକୁ ମଧ୍ୟ ତୀକ୍ଷ୍ଣ କରିଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ବ୍ରିସ୍କ ଓ୍ଵାକ୍‌ କରିବାର ଲାଭ କ’ଣ ହୋଇଥାଏ ।

ବ୍ରିସ୍କ ଓ୍ଵାକ୍‌ କରିବାର ଲାଭ :
ହାର୍ଟ ହେଲଦି ରହିଥାଏ : ପ୍ରତିଦିନ ଜୋର ଚାଲିବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯାଏ । ଏହା ରକ୍ତରେ ଖରାପ କୋଲେଷ୍ଟ୍ରଲ୍ର ପରିମାଣକୁ କମ କରିଥାଏ । ଯେଉଁମାନେ ପ୍ରତିଦିନ ଅତି କମରେ ୩୦ ମିନିଟ୍ ପାଇଁ ଜୋରରେ ଚାଲନ୍ତି, ସେମାନଙ୍କୁ ହାର୍ଟ ଆଟାର୍କ ହେବାର ଆଶଙ୍କା କମ ହୋଇଥାଏ ।

ଡାଇଭେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ : ବ୍ରିସ୍କ ଓ୍ଵାକ୍‌ କରିବା ଶରୀରରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ କରିଥାଏ । ଏହିପରି ଚାଲିବା ଶରୀରରେ ଇନସୁଲିନ୍ ସମ୍ବେଦନଶୀଳତା ବଢାଇଥାଏ । ଏହା ବ୍ୟାୟାମ ପୂର୍ବରୁ ଏବଂ ପରେ ମାଂସପେଶୀ କୋଷଗୁଡ଼ିକୁ ଶକ୍ତି ପାଇଁ ଇନସୁଲିନ୍ ଏବଂ ଗ୍ଲୁକୋଜକୁ ଭଲ ଭାବରେ ବ୍ୟବହାର କରିବାରେ ସାହାଯ୍ୟ କରେ ।

ସ୍ମୃତିଶକ୍ତି ବଢିଥାଏ : ଦ୍ରୁତ ଗତିରେ ଚାଲିବା ମଧ୍ୟ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ନିଦ ମଧ୍ୟ ଭଲ ଭାବେ ହୋଇଥାଏ । ତେବେ ଚାଲିବା ସ୍ମୃତିଶକ୍ତିକୁ ମଜବୁତ କରେ । ତେଣୁ ଆପଣ ପ୍ରତିଦିନ ବ୍ରିସ୍କ ଓ୍ଵାକ୍‌ କରିବା ଉଚିତ୍ ।

ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରେ : ଯେଉଁମାନଙ୍କର ବ୍ଲଡ ପ୍ରେସର ଅଛି, ସେମାନେ ନିଶ୍ଚିତ ଭାବରେ ବ୍ରିସ୍କ ଓ୍ଵାକ୍‌ କରିବା ଉଚିତ୍ । ପ୍ରତିଦିନ ଚାଲିବା ଦ୍ୱାରା ଷ୍ଟ୍ରୋକ୍, ହାର୍ଟ ଆଟାର୍କ ହେବାର ଆଶଙ୍କା କମିଯାଏ । ସେଥିପାଇଁ ହାର୍ଟ ଏବଂ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ ନିଶ୍ଚିତ ଭାବରେ ଚାଲନ୍ତୁ ।

ଓଜନ କମ ହୋଇଥାଏ : ବ୍ରିସ୍କ ଓ୍ଵାକ୍‌ ହେଉଛି ଏକ କାର୍ଡିଓ ବ୍ୟାୟାମ ଯାହା ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରେ । ଏହା ପୂରା ଶରୀରକୁ ବ୍ୟାୟାମ ଯୋଗାଇଥାଏ । ଦ୍ରୁତ ଗତି କ୍ୟାଲୋରୀକୁ ଶୀଘ୍ର କମ କରେ ଏବଂ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଓଜନ କମ କରିବା ପାଇଁ, ପ୍ରତିଦିନ ୪୫ ମିନିଟ୍ ବ୍ରିସ୍କ ଓ୍ଵାକ୍‌ କରିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.