ଦେଶରେ ପୁଣି ୪୫ ହଜାର ଡେଇଁଲା କରୋନା ସଂକ୍ରମିତ ସଂଖ୍ୟା, ନିୟନ୍ତ୍ରଣ ବାହାରେ ଦିଲ୍ଲୀ ସ୍ଥିତି

ଦିଲ୍ଲୀରେ ଦିନ କୁ ଦିନ ସାଂଘାତିକ ହେବାରେ ଲାଗିଛି କରୋନା ସ୍ଥିତି । ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ ସଂଖ୍ୟା । ଏହା ସହ ଯାଉଛି ଲୋକଙ୍କ ଜୀବନ । ଗତ ୨୪ ଘଣ୍ଟାରେ ସର୍ବାଧିକ ୧୩୧ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦିଲ୍ଲୀରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୯୪୩କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଗତ ନଭେମ୍ବର ୧୨ ତାରିଖରେ ୨୪ ଘଣ୍ଟାରେ ୧୦୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗତ ୨୪ ଘଣ୍ଟାରେ ରାଜଧାନୀରୁ ୭ ହଜାର ୪୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେକି ମଙ୍ଗଳବାର ଦିଲ୍ଲୀରେ ୬ ହଜାର ୩୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏଯାବତ ସଂକ୍ରମିତ ସଂଖ୍ୟା ୫ ଲକ୍ଷ ପାର ହୋଇ ସାରିଲାଣି । ଯଦି ଆକଳନ କରାଯାଏ ତେବେ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୩ ହଜାର ୮୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

delhi corona cases

ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ବିବାହ ଉତ୍ସବରେ କେବଳ ୫୦ ଜଣଙ୍କୁ ଅନୁମତି ମିଳିବ ବୋଲି ସ୍ଥିର ହୋଇଛି । ଯେବେକି ଏହା ପୂର୍ବରୁ ୨୦୦ ଜଣଙ୍କୁ ସାମିଲ ପାଇଁ ଅନୁମତି ମିଳିଥିଲା । ଅଧିକ ଭିଡ ହେଉଥିବା ବଜାର ବନ୍ଦ କରିବା ଓ ବିବାହରେ ୨୦୦ ପରିବର୍ତ୍ତେ ୫୦ ଲୋକଙ୍କୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ କେଜରିଓ୍ଵାଲ । ଦୁଇଟି ପ୍ରସ୍ତାବ ମଧ୍ୟରୁ ଗୋଟିଏ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଅତି ଆବଶ୍ୟକ ନହେବା ପର୍ଯ୍ୟନ୍ତ କୌଣସି ମାର୍କେଟ୍‌ ବନ୍ଦ କରାଯିବ ନାହିଁ ବୋଲି କୁହାଯାଇଛି । ଦିଲ୍ଲୀ ପରିସ୍ଥିତି ସଂପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ସେପଟେ ଦେଶରେ ଦୈନିକ ଆକ୍ରାନ୍ତ ସଂଖ୍ୟାରେ ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ବୁଧବାର ଦେଶର ବିଭିନ୍ନ ପ୍ରାନ୍ତରୁ ଗତ ୨୪ ଘଣ୍ଟା ଭିତରେ ୪୫
ହଜାର ୫୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୯୦ ଲକ୍ଷ ପାଖାପାଖି ଛୁଇଁଥିବା ଜଣାଯାଇଛି । ଯେବେକି ଗୋଟିଏ ଦିନରେ ୫୮୫ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ । ଏହାକୁ ମିଶାଇ ୧ ଲକ୍ଷ ୩୧ ହଜାର ୫୭୮ରେ ପହଂଚିଲାଣି ମୃତକ ସଂଖ୍ୟା । କିନ୍ତୁ ଖୁସିର କଥା ଦେଶରେ ବର୍ତ୍ତମାନ ସମୟରେ ୪ ଲକ୍ଷ ୪୩ ହଜାର ୩୦୩ ସକ୍ରିୟ ମାମଲା ରହିଛି । ଗୋଟିଏ ଦିନରେ ୩୫୦୨ ଖସିଛି ଏହି ସଂଖ୍ୟା । ଗୋଟିଏ ଦିନ ଭିତରେ ୪୮ ହଜାର ୪୯୩ ଜଣ ସୁସ୍ଥ ହୋଇଥିବା ବେଳେ ଏହି ସଂଖ୍ୟା ୮୪ ଲକ୍ଷ ପାଖାପାଖି ଛୁଇଁଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.