ଇନ୍ଦୋର ଦୁର୍ଘଟଣାରେ ୧୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
ରାମନବମୀରେ ମଧ୍ୟପ୍ରଦେଶର ଇନ୍ଦୋରରେ ହୋଇଥିବା ଦୁର୍ଘଟଣାରେ ୧୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି।

ରାମନବମୀରେ ମଧ୍ୟପ୍ରଦେଶର ଇନ୍ଦୋରରେ ହୋଇଥିବା ଦୁର୍ଘଟଣାରେ ୧୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଠାରେ ଥିବା ଏକ ମନ୍ଦିରରେ କୂଅ ଉପରେ ନିର୍ମିତ ଛାତ ଭୁଶୁଡ଼ି ପଡ଼ିବାରୁ ପାଖାପାଖି ୨୦ରୁ ୨୫ ଜଣ ଶ୍ରଦ୍ଧାଳୁ କୂଅ ଭିତରକୁ ଗଳି ପଡ଼ିଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କୂଅ ଭିତରୁ ପାଣି ବାହାର କରିବା ପାଇଁ ମୋଟର ପମ୍ପ୍ ଚାଳକଙ୍କୁ ଡକାଯାଇଛି।
ଏହି ଦୁର୍ଘଟଣାସ୍ନେହନଗର ନିକଟ ପଟେଲ ନଗରରେ ଘଟିଛି। ଏଠାରେ ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ଏକ ପରିତ୍ୟକ୍ତ କୂଅ ଉପରେ ନିର୍ମିତ ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଉପରେ ଥିବା ଲୋକମାନେ କୂଅ ଭିତରେ ଗଳି ପଡ଼ିଥିଲେ। ଏହି ସମୟରେ ମନ୍ଦିରରେ ରାମନବମୀ ହୋମଯଜ୍ଞ ଚାଲିଥିଲା।
ଏମ୍ପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଲୋକଙ୍କୁ ଉଦ୍ଧାର କରାଯାଉଛି। ଯେଉଁ ଲୋକ ଫସିଛନ୍ତି, ସେମାନଙ୍କୁ ବାହାର କରିବାକୁ ଉଦ୍ୟମ ଚାଲିଛି। ଉଦ୍ଧାର ହୋଇଥିବା ଆହତ ଲୋକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।
ମଧ୍ୟପ୍ରଦେଶ ସରକାର ଏହି ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି। ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।
Temple floor sinks during Ram Navami celebrations, several trapped #Indore #indoreincident #indoretemple #BreakingNews pic.twitter.com/zmSUYkLr1R
— kavita kavi (@kavi_kv3883056) March 30, 2023