ବିଦେଶୀ ପୋଷାକ ଓ ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ବଢ଼ିଲା ଆମଦାନୀ ଶୁଳ୍କ

ନୂଆଦିଲ୍ଲୀ : ବିଦେଶରୁ ଆମଦାନୀ ହେଉଥିବା ପୋଷାକ ଉପରେ ବଢ଼ିଲା ଶୁଳ୍କ । ଏଭଳି ୩୨୮ ପ୍ରକାର ପୋଷାକ ଉପରେ ଆମଦାନୀ ଶୁଳ୍କ ପ୍ରାୟ ୨୦ ପ୍ରତିଶତ ବଢ଼ିଛି । ଜ୍ୟାକେଟ୍‌, ଟ୍ରାଉଜର, ସୁଟ୍‌, ପିଲାଙ୍କ ପୋଷାକ, କାର୍ପେଟ ଆଦି ଉପରେ ଶୁଳ୍କ ବଢ଼ା ଯାଇଥିବା ବେଳେ କିଛି ଇଲେକଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଏହା ପରିସରକୁ ଆସିଛି । ତେବେ ଦେଶରେ ବୟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଦେଶ ବାହାରୁ ଆମଦାନୀ ହେଉଥିବା ବସ୍ତ୍ର ଉପରେ ଏଭଳି ଆମଦାନୀ ଶୁଳ୍କ ବଢ଼ାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ବାହାରୁ ଆସୁଥିବା ଇଲେକଟ୍ରୋନିକ୍ସ ସାମଗ୍ରୀ ଟେଲିଭିଜନ, ସେଲ୍‌ ଫୋନ୍‌, ହାତଘଣ୍ଟା ଓ ଯୋତା ଆଦିର ମୂଲ୍ୟ ବୃଦ୍ଧି ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.