Below header

ଆଜି ବିଶ୍ୱ ଶ୍ରମିକ ଦିବସ, ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜନ ହୋଇଛି କାର୍ଯ୍ୟକ୍ରମ

କେନ୍ୟୁଜ୍ : ଆଜି ମେ ଏକ ତାରିଖ। ବିଶ୍ୱ ଶ୍ରମିକ ଦିବସ। ବିଶ୍ୱର ମେହନତି ମଣିଷମାନେ ଏକାଠି ହୋଇ ତ୍ୟାଗ, ବଳିଦାନ ଓ ସଂଗ୍ରାମର ଦିବସ ଭାବେ ଏହାକୁ ପାଳିଥାନ୍ତି। ଅତୀତକୁ ମନେପକାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥାନ୍ତି। ଆମେରିକାର ଶ୍ରମିକ ଗୋଷ୍ଠୀ ୧୮୯୦ ମସିହା ଠାରୁ ମଇ ପହିଲାକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଭାବେ ପାଳନ କରିଆସୁଛନ୍ତି। ସେହିଦିନ ଠାରୁ ବିଭିନ୍ନ ରାଷ୍ଟ୍ରରେ ମଧ୍ୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଆସୁଛି। ଆମେରିକାରେ ଏହାର ଆରମ୍ଭ ହୋଇଥିଲେ ମଧ୍ୟ ଏହା ବିଶ୍ୱର ସମସ୍ତ ରାଷ୍ଟ୍ରର ଶ୍ରମଜୀବୀଙ୍କୁ ପ୍ରଭାବିତ କରିଛି। ଶ୍ରମିକ ଶ୍ରେଣୀ ଆଗରେ ଆଜି ବିରାଟ ଆହ୍ଵାନ ଛିଡ଼ା ହୋଇଛି। ଏହାର ମୁକାବିଲା ପାଇଁ ଟ୍ରେଡ ୟୁନିୟନଙ୍କର ଐକ୍ୟବଦ୍ଧ ପ୍ରଚେଷ୍ଟା ମେ ଦିବସ ମନେପକାଇ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.