ଗାଜା ଅଲଶିଫା ହସପିଟାଲ ତଳେ ହମାସର କମାଣ୍ଡ ସେଣ୍ଟର, ହସପିଟାଲ ସାମ୍ନାରେ ଟ୍ୟାଙ୍କ ରଖିଲା ଇସ୍ରାଏଲ ସେନା

ଅଲଶିଫା ହସପିଟାଲ ତଳେ ହମାସ ବଡ କମାଣ୍ଡ ସେଣ୍ଟର ନିର୍ମାଣ କରି ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗ ଜରିଆରେ କାମ କରୁଛି । ଟନେଲ୍ ଭିତରେ କରୁଥିଲେ ୱାର୍ ପ୍ଲାନ୍ । ଇସ୍ରାଏଲ ସେହି ସେଣ୍ଟରକୁ ଧ୍ୱଂସ କରିବା ପାଇଁ ଲଗାତାର ବୋମା ବର୍ଷା କରୁଛି ।

ଗାଜାପଟିର ସବୁଠାରୁ ବଡ ଅଲ ଶିଫା ହସପିଟାଲ ସାମ୍ନାରେ ଇସ୍ରାଏଲ ଏବଂ ଆତଙ୍କୀଙ୍କ ପ୍ରମୁଖ ଯୁଦ୍ଧ କେନ୍ଦ୍ର ପାଲଟିଛି । ଇସ୍ରାଏଲ ଦାବି କରିଛି କି, ଏହି ହସପିଟାଲ ସହରରେ ସବୁଠୁ ଅଧିକ ସୁବିଧା ଯୋଗାଉଛି, ତେଣୁ ହମାସ ଆତଙ୍କୀ ଏହାକୁ ବ୍ୟବହାର କରୁଛନ୍ତି । ଅଲ ଶିଫା ହସପିଟାଲ ତଳେ ହମାସ ବଡ କମାଣ୍ଡ ସେଣ୍ଟର ନିର୍ମାଣ କରି ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗ ଜରିଆରେ କାମ କରୁଛି । ଇସ୍ରାଏଲ ସେହି ସେଣ୍ଟରକୁ ଧ୍ୱଂସ କରିବା ପାଇଁ ଲଗାତାର ବୋମା ବର୍ଷା କରୁଛି । ଗାଜା ସହରର ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଇସ୍ରାଏଲ ସେନା ସୋମବାର ପହଞ୍ଚି ଯାଇଛନ୍ତି । ଉତ୍ତର ଗାଜାକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେବାଲାଗି ଇସ୍ରାଏଲ ସେନା ଉଦ୍ୟମ ଚଳାଇଛି । ଅନ୍ୟପଟେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ନବଜାତ ଶିଶୁ ଓ ସାଧାରଣ ଲୋକ ଭୟଭୀତ ରହିଛନ୍ତି ।

ଇସ୍ରାଏଲ ସେନା ଗାଜା ସହରରେ ପଶି ଛାରଖାର କରୁଛି । ଅନ୍ୟପକ୍ଷରେ ନବଜାତ ଶିଶୁ ଓ ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ଡାକ୍ତରଖାନା ପକ୍ଷରୁ ଇନ୍ଧନ ଯୋଗାଇ ଦେବାକୁ ନିବେଦନ କରାଯାଇଛି । ଏଭଳି ସ୍ଥିତିରେ ଇସ୍ରାଏଲ-ହମାସ୍ ଯୁଦ୍ଧ ବ୍ୟାପକ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

ହମାସ ଆତଙ୍କବାଦୀଙ୍କ ଉପରେ ପ୍ରଚଣ୍ଡ ହମଲା କରୁଛି ଇସ୍ରାଏଲ୍ ସେନା । ଗ୍ରାଉଣ୍ଡ ଅପରେସନ୍ ଓ ଏୟାରଷ୍ଟ୍ରାଇକରେ ହମାସ ଆଡ୍ଡାକୁ ଖୋଜି ଖୋଜି ଧ୍ବଂସ କରୁଛି । ଗାଜାରେ ହସ୍ପିଟାଲ ଓ ସ୍କୁଲ ବିଲଡିଂ ତଳେ ଆତଙ୍କୀ ଆଡ୍ଡା ଚଳାଇଥିଲା ହମାସ୍ । ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ତଳେ କରିଥିଲେ ଟନେଲ । ସେସବୁକୁ ଢାଲ କରି ଆତଙ୍କବାଦୀ ଶିବିର ଚଳାଉଥିଲା । ଟନେଲ୍ ଭିତରେ କରୁଥିଲେ ୱାର୍ ପ୍ଲାନ୍ । ଏହାର ପ୍ରମାଣ ଦେଇଛି ଇସ୍ରାଏଲ୍ । ଭିଡିଓ ଜାରି କରିଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ । ୱାର୍ ପ୍ଲାନ୍ ସହ ଟନେଲ୍ ଭିତରେ ଇସ୍ରାଏଲ୍ ପଣବନ୍ଦୀଙ୍କୁ ଅଟକ ରଖୁଥିଲେ ହମାସ ଆତଙ୍କବାଦୀ । ଧ୍ବଂସ କରିଥିବା ଟନେଲ ଭିତରେ କଣ ଚାଲିଥିଲା ଇସ୍ରାଏଲ୍ ସେନା ତଥ୍ୟ ପ୍ରମାଣ ଦେଖାଇଛି । ଏଯାଏ ହମାସ ଉପରେ ୪୩ଶହ ଏୟାର ଷ୍ଟ୍ରାଇକ କଲାଣି ଆଇଡିଏଫ। ଧ୍ବଂସ ହୋଇଛି ହମାସର ୩ହଜାର ଭିତ୍ତିଭୂମି, ବହୁ ଟନେଲ ଓ କଣ୍ଟ୍ରୋଲ ସେଣ୍ଟର। ହମାସର ବହୁ ଟପ୍ କମାଣ୍ଡର ନିହତ ହେଲେଣି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ ଉପରେ ଗାଜାରେ ଜୋରଦାର ଅପରେସନ୍ ଚାଲିଛି । ଗାଜାରେ ନିୟନ୍ତ୍ରଣ ହରାଇଛି ହମାସ । ଆତଙ୍କବାଦୀମାନେ ଦକ୍ଷିଣ ଦିଗକୁ ପଳାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.