Below header

ଗାଜାରେ ମୃତ୍ୟୁର ତାଣ୍ଡବ: ଇସ୍ରାଏଲର ଆଖିବୁଜା ଗୁଳିମାଡରେ ୧୦୪ ପାଲେଷ୍ଟାଇନ ମୃତ

ଗାଜାର ଦକ୍ଷିଣ ପଶ୍ଚିମ ଅଂଚଳରେ ଆଜି ଭୟାନକ ସ୍ଥିତି ଉପୁଜିଛି । ରିଲିଫ୍‌ ସାମଗ୍ରୀ ପାଇଁ ସମବେତ ହୋଇଥିବା ଭିଡ଼ ଭିତରୁ କିଛି ଲୋକ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲ ଏହାର ଜବାବରେ ପ୍ରବଳ ଗୁଳିବର୍ଷା କରିଛି । ଏଥିରେ ୧୦୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି ।

ନୂଆଦିଲ୍ଲୀ : ଗାଜା ନରସଂହାରକୁ ଜାତିସଙ୍ଘର ନିନ୍ଦା । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ନିନ୍ଦା କରିଛନ୍ତି । ଗାଜାରେ ନରସଂହାର କରିଛି ଇସ୍ରାଏଲ । ସହାୟତା ପାଇଁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଗୁଳିମାଡ ହୋଇଛି । ଗାଜା ସହରରେ ଇସ୍ରାଏଲ ସେନାର ଆଖିବୁଜା ଗୁଳିମାଡରେ ସହାୟତା ପାଇଁ ଅପେକ୍ଷା କରିଥିବା ୧୦୪ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ତର ଗାଜାରେ ସହାୟତା ନେଇ ଆସୁଥିବା ଟ୍ରକ ନିକଟରେ ଠେଲାପେଲା ହେବାରୁ ଇସ୍ରାଏଲ ସେନା ଆଖୁବୁଜା ଗୁଳିମାଡ କରିଥିଲା।

ଯୁଦ୍ଧ ଅପରାଧରେ ଏହା ସବୁଠାରୁ ବର୍ବର ଅଧ୍ୟାୟ। ଇସ୍ରାଏଲ ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ହମାସ ଯେଉଁ ଦାବି କରୁଛି ତାହା ବିଭ୍ରାନ୍ତିକର ଏବଂ ଆମେ କେଉଁଠି ମଧ୍ୟ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରିନାହୁ। କିଛି ଲୋକଙ୍କ ମଧ୍ୟରେ ସେଠାରେ ସଂଘର୍ଷ ହୋଇଥିଲା ଏବଂ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ ହୋଇଥିଲା ବୋଲି ମୁଖପାତ୍ର କହିଛନ୍ତି। ପ୍ରଥମେ ଇସ୍ରାଏଲ ସେନା ପକ୍ଷରୁ ଏହି ଗୁଳିମାଡକୁ ଅସ୍ୱୀକାର କରାଯାଇଥିଲା। ପରେ ସ୍ୱୀକାର କରିଛି ଇସ୍ରାଏଲ ସେନା। ଅନ୍ୟପକ୍ଷରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଅବ୍ବାସଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଆଜି ସକାଳେ ଅଲ୍‌ ନବୁସି ଛକରେ ସହାୟତା ଟ୍ରକକୁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଇସ୍ରାଏଲ ସେନା ଆଖିବୁଜା ଗୁଳିମାଡ଼ କରି ମୃତ୍ୟୁର ତାଣ୍ଡବ ରଚିଛି। ଆକ୍ରମଣରେ ବହୁ ସଂଖ୍ୟକ ଲୋକ ମୃତାହତ ହୋଇଥିବାରୁ ପରିସ୍ଥିତିର ମୁକାବିଲା ଡାକ୍ତରୀ ଟିମ୍ ପାଇଁ ସହଜ ହେଉନାହିଁ। ଏହି ଆକ୍ରମଣକୁ ପାଇଲେଷ୍ଟାଇନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିନ୍ଦା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.