ISRO ମୁଖ୍ୟ ଏସ୍‌. ସୋମନାଥଙ୍କୁ କ୍ୟାନ୍ସର, ଆଦିତ୍ୟ ଏଲ୍‌-୧ ଲଞ୍ଚିଂ ଦିନ ଜଣାପଡ଼ିଥିଲା ରୋଗ

ଇସ୍ରୋ (ISRO) ମୁଖ୍ୟ ଏସ୍‌. ସୋମନାଥଙ୍କୁ କ୍ୟାନ୍ସର । ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍‌-୧’ର ଲଞ୍ଚିଂ ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ମୁଖ୍ୟ କର୍କଟ ରୋଗ ସହ ଲଢ଼ୁଥିଲେ ।

ଇସ୍ରୋ (ISRO) ମୁଖ୍ୟ ଏସ୍‌. ସୋମନାଥଙ୍କୁ କ୍ୟାନ୍ସର । ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍‌-୧’ର ଲଞ୍ଚିଂ ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ମୁଖ୍ୟ କର୍କଟ ରୋଗ ସହ ଲଢ଼ୁଥିଲେ ।

ଏକ ସାକ୍ଷାତକାରରେ ଏହା ନିଶ୍ଚିତ କରି ସୋମନାଥ କହିଛନ୍ତି ଯେ ସ୍କାନିଂରେ କର୍କଟ ଜଣାପଡ଼ିଥିଲା । ଚନ୍ଦ୍ରଯାନ-୩ ମିଶନ ଲଞ୍ଚ୍‌ ସମୟରେ ମଧ୍ୟ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲା । ଯଦିଓ ସେହି ସମୟ ପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ ନ ଥିଲା । ସେ କହିଛନ୍ତି, ଆଦିତ୍ୟ ମିଶନ ଦିନ ହିଁ ଏହି ରୋଗ ଜଣାପଡ଼ିଥିଲା, ଯାହାକୁ ନେଇ ସେ ଏବଂ ତାଙ୍କ ପରିବାର ଭୟଭୀତ ହୋଇପଡ଼ିଥିଲେ ।

ଏପରି କି, ଏହି ଖବର ଶୁଣି ତାଙ୍କର ସମସ୍ତ ସାଥୀ ବୈଜ୍ଞାନିକଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଥିଲା । କିନ୍ତୁ ସେ ଏହି ଚ୍ୟାଲେଞ୍ଜିଂ ପରିବେଶରେ ନିଜକୁ ସମ୍ଭାଳି ରଖିଥିଲେ । ପରିବାର ଏବଂ ଇସ୍ରୋ ବୈଜ୍ଞାନିକମାନଙ୍କୁ ସମ୍ଭାଳିଥିଲେ ।

ଲଞ୍ଚିଂ ପରେ ସୋମନାଥ ତାଙ୍କ ପେଟ ସ୍କାନ କରାଇଥିଲେ । ସେତେବେଳେ ରୋଗ ଜଣାପଡ଼ିଥିଲା । କିନ୍ତୁ ଅଧିକ ଯାଞ୍ଚ ଏବଂ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିଲେ । ସେଠାରେ ଜଣାପଡ଼ିଥିଲା ଯେ ଏହି ରୋଗ ତାଙ୍କୁ ଜେନେଟିକାଲି ମିଳିଛି । ତାଙ୍କୁ ଷ୍ଟୋମାକ୍‌ (ପେଟ) କର୍କଟ ହୋଇଥିଲା । କିଛି ଦିନ ମଧ୍ୟରେ ରୋଗ ନିଶ୍ଚିତ ହୋଇଥିଲା । ପରେ ସେ ସର୍ଜରୀ କରାଇଥିଲେ । ପୁଣି ତାଙ୍କର କେମୋଥେରାପି ଚାଲିଥିଲା ।

ସୋମନାଥ କହିଛନ୍ତି, ଚିକିତ୍ସା ଜାରି ରହିଥିଲା ଏବଂ ସେ ସୁସ୍ଥ ହୋଇଥିଲେ । ବର୍ତ୍ତମାନ ଔଷଧ ଚାଲିଛି । ସେ ଜାଣନ୍ତି ଯେ କର୍କଟ ଚିକିତ୍ସା ପାଇଁ ବହୁତ ସମୟ ଲାଗିବ । ଏହା ଏକ ଲମ୍ବା ପ୍ରକ୍ରିୟା । କିନ୍ତୁ ଏହି ଯୁଦ୍ଧ ମୁଁ ଲଢ଼ିବି । ବହୁତ ଅଧିକ ରିକଭରି ହୋଇଛି । କେବଳ ମୁଁ ଚାରି ଦିନ ହସ୍ପିଟାଲରେ ଥିଲି । ପୁଣି ନିଜର କାମ ସମାପ୍ତ କରିଥିଲି ।

ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଲଗାତାର ମୁଁ ମେଡିକାଲ ଚେକଅପ୍ ଏବଂ ସ୍କାନ୍ କରାଉଛି । କିନ୍ତୁ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି । ନିଜର କାମ ଏବଂ ଇସ୍ରୋର ମିଶନ୍ ଓ ଲଞ୍ଚ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରହିଛି । ଇସ୍ରୋର ଆଗାମୀ ସମସ୍ତ ମିଶନ ସମାପ୍ତ କରିବା ପରେ ହିଁ ମୁଁ ଶେଷ ନିଃଶ୍ୱାସ ତ୍ୟାଗ କରିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.