୩୬ଟି ସାଟେଲାଇଟ୍‌ ଧରି ଇସ୍ରୋର ସବୁଠାରୁ ଭାରୀ ରକେଟ୍‌ ଯିବ ମହାକାଶ, ରାତି ୧୨ ଟା ୭ରେ ରହିଛି ଉତ୍‌କ୍ଷେପଣ

କେନ୍ୟୁଜ୍(ବ୍ୟୁରୋ): ଆଜି ମଧ୍ୟରାତ୍ରିରେ ଇସ୍ରୋର ଐତିହାସିକ ମିଶନ। ଇସ୍ରୋର ସବୁଠାରୁ ଭାରୀ ରକେଟ୍‌ ଯିବ ମହାକାଶ। ଆଜି ରାତି ୧୨ ଟା ୭ରେ ରହିଛି, ଇସ୍ରୋର LVM3 ରକେଟ୍‌ ଉତ୍‌କ୍ଷେପଣ। ଶ୍ରୀହରିକୋଟାରୁ OneWebର ୩୬ଟି ସାଟେଲାଇଟ୍‌ ଧରି ମହାକାଶକୁ ଯିବ ଲଞ୍ଚ ଭେହକିଲ୍‌ ଏମ୍‌କେ-3। ଜିଓସିକ୍ରୋନସ୍‌ ସାଟେଲାଇଟ ଲଞ୍ଚ ଭେହକିଲ୍‌ GSLVର ପୁନଃ ନାମକରଣ କରି ଏହାକୁ ଲଞ୍ଚ ଭେହକିଲ୍‌ ଏମ୍‌କେ-3 କରାଯାଇଛି। ୪୩.୫ ମିଟର ଲମ୍ବା ଏବଂ ୬୪୪ ଟନ୍‌ ଓଜନର ଏହି ରକେଟ ପାଇଁ ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍‌। ଏ ସମୟରେ ରକେଟ ଓ ସାଟେଲାଇଟ୍‌ ଯାଞ୍ଚ ସହ ରକେଟରେ ଇନ୍ଧନ ଭର୍ତ୍ତି କରାଯାଏ। ଉଡାଣ ଆରମ୍ଭ କରିବାର ୧୯ ମିନିଟ ପରେ ରକେଟ ୩୬ଟି ୱାନୱେବ ସାଟେଲାଇଟ୍‌କୁ କକ୍ଷପଥରେ ଅବସ୍ଥାପିତ କରିବ। ଲୋ ଆର୍ଥ ଅର୍ବିଟରେ ରହିବ ସାଟେଲାଇଟ୍‌। ସାଟେଲାଇଟ୍‌ ପଠଆଇବାକୁ ୱାନୱେବ ସହ ନ୍ୟୁ ସ୍ପେସ ଇଣ୍ଡିଆର ଚୁକ୍ତି ହୋଇଛି।

ୱାନୱେବ ଏକ ବିଦେଶୀ ସାଟେଲାଇଟ୍‌ କମ୍ପ୍ୟୁନିକେସନ କମ୍ପାନୀ ଯେଉଁଥିରେ ଭାରତର ଭାରତୀ ଏୟାରଟେଲ ଅଂଶୀଦାର ରହିଛି। ପ୍ରଥମ ଥର ବ୍ୟାବସାୟିକ ମିଶନରେ ଯିବ LVM3। ଏହାସହ ପ୍ରଥମ ଥର ୬ଟନରୁ ଅଧିକ ଓଜନର ସାଟେଲାଇଟ ଧରି ମହାକାଶକୁ ଯିବ ଭାରତୀୟ ରକେଟ। ସାଟେଲାଇଟ୍‌ଗୁଡିର ଓଜନ ୫ ହଜାର ୭୯୬ କିଲୋଗ୍ରାମ ରହିଛି। ୱାନୱେବ୍‌ କମ୍ପାନୀ ଲୋଏର ଆର୍ଥ ଅର୍ବିଟ୍‌ରେ ୬୫୦ ସାଟେଲାଇଟ୍‌କୁ ନେଇ ସାଟେଲାଇଟ୍‌ମଣ୍ଡଳ ପାଇଁ ଯୋଜନା କରିଛି। ବର୍ତ୍ତମାନ ମିଶନ ପରେ ମହାକାଶରେ ୱାନୱେବର ସାଟେଲାଇଟ୍‌ ସଂଖ୍ୟା ୪୬୨ ହେବ। ସେପଟେ ୧୯୯୯ରୁ ଇସ୍ରୋ ୩୪୫ ବିଦେଶୀ ସାଟେଲାଇଟ୍‌ ମହାକାଶକୁ ପଠାଇ ସାରିଛି। ଏବେ ୩୬ଟି ମିଶିଲେ ଏହି ସଂଖ୍ୟା ୩୮୧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.