Google ଉପରେ ୧୩୩୭.୭୬ କୋଟି ଟଙ୍କା ଜରିମାନା ଲଗାଇଲା CCI, ଜାଣନ୍ତୁ କାରଣ କ’ଣ ?

ନୂଆଦିଲ୍ଲୀ : କମ୍ପିଟେସନ କମିଶନ ଅଫ୍‌ ଇଣ୍ଡିଆ ବା ସିସିଆଇ (CCI) ଗୁଗୁଲ Google ଉପରେ ୧୩୩୭.୭୬ କୋଟି ଟଙ୍କାର ଜରିମାନା ଲଗାଇଛି । ଗୁରୁବାର ସିସିଆଇ ଦେଶରେ ଏଣ୍ଡ୍ରଏଡ୍‌ ମୋବାଇଲ ଡିଭାଇସ ଇକୋସିଷ୍ଟମ ସହ ଜଡିତ ବିଭିନ୍ନ କାଟେଗୋରୀରେ ଦୁରୁପଯୋଗ ପାଇଁ ଗୁଗୁଲ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିସିଆଇ କହିଛି ଯେ ଆମେରିକାର ପ୍ରସିଦ୍ଧ ଗୁଗୁଲ ଖୋଲାଖୋଲି ଭାବେ ତା’ର ଟେକନିକ୍‌ର ଦୁରୁପଯୋଗ କରିଛି ।

ଜେନେରାଲ ଜବ ସର୍ଚ୍ଚ ସର୍ଭିସ, ନନ୍‌ ଓଏସ ସ୍ପେସିଫିକ୍‌ ମୋବାଇଲ େଓ୍ଵବ ବ୍ରାଉଜର ଓ ଅନଲାଇନ ଭିଡିଓ ହୋଷ୍ଟିଙ୍ଗ ପ୍ଲାଟଫର୍ମ, ଏପ ଷ୍ଟୋର ମାର୍କେଟ ଓ ସ୍ମାର୍ଟଫୋନ ଡିଭାଇସ ଭଳି ଅପରେଟିଙ୍ଗ ସିଷ୍ଟମ (OS) ଲାଇସେନ୍ସ ସହ ଜଡିତ ମାମଲାରେ ଗୁଗୁଲ ତାର କ୍ଷମତାର ଦୁରୁପଯୋଗ କରିଛି ।

ସିସିଆଇ ନିର୍ଦ୍ଦେଶ ଦେଇଛି ଯେ ନିଶ୍ଚିତ ସମୟ ସୀମା ଭିତରେ ଗୁଗୁଲ ନିଜର ବ୍ୟବହାରରେ ପରିବର୍ତ୍ତନ କରୁ । କମିସନ ଗୁଗୁଲକୁ ୩୦ ଦିନ ସମୟ ଦେଇଛି । ଏହି ସମୟ ସୀମା ଭିତରେ ଫାଇନାନସିଆଲ ଡିଟେଲ୍ସ ଓ ଡକ୍ୟୁମେଣ୍ଟ ଦାଖଲ କରିବାକୁ କହିଛି । କମିସନ ଗୁଗୁଲ ଉପରେ ଯେଉଁ ସମ୍ପକିତ ତଥ୍ୟ ମାଗିଛି ଏହାର ଯାଞ୍ଚ ପରେ ଜରିମାନା ରାଶି ବଢ଼ାଇ ବି ଯାଇପାରେ ବୋଲି କୁହାଯାଇଛି ।

ରେଗୁଲେଟର ଅପ୍ରେଲ ୨୦୧୯ ରେ ଦେଇଥିଲା ଯାଞ୍ଚ ଆଦେଶ

ଅପ୍ରେଲ ୨୦୧୯ ରେ ରେଗୁଲେଟର ଦେଶରେ ଆଣ୍ଡ୍ରଏଡ ବେସଡ ସ୍ମାର୍ଟଫୋନ ଗ୍ରାହକଙ୍କ ଅଭିଯୋଗ ପରେ ମାମଲାର ବିସ୍ତତ ଯାଞ୍ଚ ଆଦେଶ ଦେଇଥିଲା । କମ୍ପଟିସନ କମିସନ ଅନୁଯାୟୀ ଗୁଗୁଲ ଏଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ ସହିତ ଅନ୍ୟ ଲାଇସେନ୍ସକୁ ମ୍ୟାନେଜ କରିଥାଏ । ଏହାକୁ ସାର୍ବଜନୀନ କରିବା ପରେ ଏଣ୍ଡ୍ରଏଡ ଡିଭାଇସରେ ସର୍ଚ୍ଚ ଆପ୍ସ, େଓ୍ଵଜେଟ ଓ କ୍ରୋମ ବ୍ରାଉଜର ଭଳି ପ୍ରମୁଖ ସର୍ଚ୍ଚ ଏଣ୍ଟ୍ରି ପଏଣ୍ଟସ କୁ ପ୍ରି- ଇନଷ୍ଟାଲ କରିବା ପାଇଁ ଲାଭ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.