ଛୋଟ ପିଲାକୁ ଲଲିପପ୍‌ ଲାଳସା ଦେଖାଇ ‘ବାବାଜୀ କା ଠୁଲୁ’ କଲେ ଚହଲ, ଭିଡିଓ ଭାଇରଲ

ଟିମ ଇଣ୍ଡିଆର ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ଟିମ ଇଣ୍ଡିଆ ଏବେ ଟି-୨୦ ବିଶ୍ୱକପ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛି। ଆସନ୍ତାକାଲି ଟିମ୍‌ ଇଣ୍ଡିଆ ପାକିସ୍ତାନ ସହିତ ମ୍ୟାଚ ଖେଳିବ। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଚହଲ।

ଚହଲ ଅନେକ ସମୟରେ ସାଥି ଖେଳାଳିଙ୍କ ସହିତ ମସ୍ତି ମଜାକ କରୁଥିବାର ନଜର ଆସୁଥିବା ବେଳେ ଅନ୍ୟ ସମୟରେ ମଇଦାନ ବାହାରେ ମଧ୍ୟ ମସ୍ତି କରୁଥିବାର ନଜର ଆସିଛନ୍ତି। ତାଙ୍କର ଏବେ ଯେଉଁ ଭିଡିଓ ଭାଇରଲ ହେଉଛି, ସେଥିରେ ଚହଲ ଏକ ଛୋଟ ପିଲାଙ୍କୁ ଚିଡାଉଥିବା ନଜର ଆସିଛନ୍ତି। ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛି।

ଭିଡିଓରେ ଦେଖିବାକୁ ମିଳିଛି, ଚହଲ ଛୋଟ ପିଲାଙ୍କୁ ଲଲିପପ୍‌ ଦେଖା ଲାଳସା ଦେଖାଉଛନ୍ତି। ପିଲାଟି ଯେତେବେଳେ ଏହାକୁ ନେବାକୁ ଚେଷ୍ଟାକରୁଛି, ସେତେବେଳେ ଚହଲ ‘ବାବାଜୀ କା ଠୁଲୁ’ ଦେଖାଇ ହସିବାକୁ ଲାଗୁଛନ୍ତି। ଚହଲ ନିଜେ ଲଲିପପ୍‌ ଖାଇ ପିଲାକୁ ଚିଡାଉଛନ୍ତି। ପିଲାଙ୍କୁ ଲଲିପପ୍‌ ଦେଖାଇ ଲାଳସା ଦେଖାଉଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆରେ ଫ୍ୟାନ୍ସ ପସନ୍ଦ କରୁଛନ୍ତି। ୟୁଜର୍ସ ହସୁଥିବା ଇମୋଜି ମଧ୍ୟ ସେୟାର କରୁଛନ୍ତି।

 

View this post on Instagram

 

A post shared by Rajasthan Royals (@rajasthanroyals)

ସୂଚନା ମୁତାବକ, ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍‌ ଏବେ ମେଲବର୍ଣ୍ଣରେ ରହିଛି। ରୋହିତଙ୍କ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଆସନ୍ତାକାଲି ସୁପର-୧୨ ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିବ। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ମ୍ୟାଚକୁ ନେଇ ଫ୍ୟାନ୍ସ ଚିନ୍ତାରେ ରହିଛନ୍ତି। ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହେବା ଆଶଙ୍କା ରହିଛି। ତେଣୁ କାଲିର ମ୍ୟାଚ୍‌କୁ ସମସ୍ତେ ଚାହିଁ ରହିଛନ୍ତି।

Also Read : ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ଫଟୋଶୁଟ୍‌, ପରସ୍ପର ସହିତ ମସ୍ତି କଲେ ଖେଳାଳି : ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.