ଚନ୍ଦ୍ର – ସୂର୍ଯ୍ୟ ପରେ ଏବେ ଗଗନୟାନ ଅଭିଯାନ, ମହାକାଶକୁ ପଠାଯିବ ମଣିଷ

ଗଗନାୟନ ମିଶନ ପାଇଁ ମାନବବିହୀନ ଫ୍ଲାଇଟ ଟେଷ୍ଟ କରିବ ଇସ୍ରୋ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଏଥିରେ କ୍ରିଉ ଏସକେପ ସିଷ୍ଟମ ପାରଦର୍ଶିତାର ପ୍ରଦର୍ଶନ କରାଯିବ । ଗଗନୟାନ ଅଭିଯାନରେ ମହାକାଶକୁ ମଣିଷ ପଠାଯିବ ।

ନୂଆଦିଲ୍ଲୀ : ଚନ୍ଦ୍ରଯାନ ଓ ସୂର୍ଯ୍ୟ ମିଶନ ପରେ ଏବେ ଗଗନୟାନ ପାଇଁ ପ୍ରସ୍ତୁତି । ଗଗନାୟନ ମିଶନ ପାଇଁ ମାନବବିହୀନ ଫ୍ଲାଇଟ ଟେଷ୍ଟ କରିବ ଇସ୍ରୋ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଫ୍ଲାଇଟ ଟେଷ୍ଟ ଭେହିକଲ ଆବୋର୍ଟ ମିଶନ-1 ପାଇଁ ଇସ୍ରୋ ଜୋରଦାର ପ୍ରସ୍ତୁତି ଚଳାଇଛି । ଏଥିରେ କ୍ରିଉ ଏସକେପ ସିଷ୍ଟମ ପାରଦର୍ଶିତାର ପ୍ରଦର୍ଶନ କରାଯିବ । ଗଗନୟାନ ଅଭିଯାନରେ ମହାକାଶକୁ ମଣିଷ ପଠାଯିବ । ପୂର୍ବରୁ ୨୦୨୨ରେ ଏହି ମିଶନ ହେବାର ଥିଲା । ଏବେ ୨୦୨୫ରେ ଆରମ୍ଭ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ । ମହାକାଶକୁ ମଣିଷ ପଠାଯିବା ପୂର୍ବରୁ ଦୁଇଟି ମାନବବିହୀନ ଅଭିଯାନ କରାଯିବ । ଖୁବଶୀଘ୍ର ଗଗନୟାନର ଟ୍ରାଏଲ ମିଶନ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.