କୁବେର ସମ୍ପତ୍ତି ! ତମାଖୁ କମ୍ପାନୀରେ ଆୟକର ଚଢ଼ାଉ, ମିଳିଲା ୬୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର କାର୍‌, ବିଡ଼ା ବିଡ଼ା ନୋଟ୍‌

କାନପୁରର ଏକ ତମାଖୁ କମ୍ପାନୀ ଉପରେ ଆୟକର ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ମିଳିଥିବା ସାମଗ୍ରୀର ଫଟୋ ଦେଖିଲେ ଆପଣ ମଧ୍ୟ ଚମକି ପଡ଼ିବେ ।

କାନପୁରର ଏକ ତମାଖୁ କମ୍ପାନୀ ଉପରେ ଆୟକର ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ମିଳିଥିବା ସାମଗ୍ରୀର ଫଟୋ ଦେଖିଲେ ଆପଣ ମଧ୍ୟ ଚମକି ପଡ଼ିବେ । ବିଭାଗ କାନପୁରରେ ଥିବା ବଂଶୀଧର ତମାଖୁ କମ୍ପାନୀର ଅନେକ ସ୍ଥାନରେ ଚଢ଼ାଉ କରିଥିଲା । ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ୧୫ରୁ ୨୦ଟି ଟିମ୍‌ ଏହି ଚଢ଼ାଉ କରିଥିଲେ । ନୟାଗଞ୍ଜସ୍ଥିତ ବଂଶୀଧର ଏକ୍ସପୋର୍ଟ ଏବଂ ବଂଶୀଧର ତମାଖୁ କମ୍ପାନୀରେ ଆୟକର ବିଭାଗ ଏବେ ମଧ୍ୟ ଚଢ଼ାଉ ଜାରି ରଖିଛି ।

ଏହି ଚଢ଼ାଉ ବେଳେ ୬୦ କୋଟିରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ କାର ମିଳିଛି । ଏହି କାରଗୁଡିକ ଦିଲ୍ଲୀସ୍ଥିତ ଆବାସରେ ରଖାଯାଇଥିଲା । ଏଗୁଡ଼ିକ ମଧ୍ୟରେ ସବୁଠାରୁ ମହଙ୍ଗା କାର ଥିଲା, ରୋଲ୍ସ-ରୋଏସ୍ ଫାଣ୍ଟମ୍, ଯାହାର ମୂଲ୍ୟ ୧୬ କୋଟି ଟଙ୍କା ।

କମ୍ପାନୀ ମାଲିକଙ୍କ ପୁଅଙ୍କ ଘରେ ହୋଇଥିବା ଚଢ଼ାଉରେ ମ୍ୟାକ୍ଲେରେନ୍, ଲମ୍ବୋର୍ଗିନି, ଫେରେରୀ ଭଳି କାର ମଧ୍ୟ ମିଳିଥିଲା । ଏହା ସହିତ ବିଭାଗ ମୋଟ ୪.୫ କୋଟି ଟଙ୍କା ଜବତ କରିଛି । ଏହା ବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ଜବତ କରିଛି । ସୂତ୍ରରୁ ଜଣାପଡ଼ିଛି ଯେ କମ୍ପାନୀ ନିଜର କାରବାର ୨୦ରୁ ୨୫ କୋଟି ଟଙ୍କା ଦେଖାଇଛି । କିନ୍ତୁ ପ୍ରକୃତରେ ଏହି କାରବାର ୧୦୦ରୁ ୧୫୦ କୋଟି ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.