ମୋଦିଙ୍କ ସହିତ ସେଲଫି ନେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି, ଇନଷ୍ଟାରେ ପୋଷ୍ଟରେ କରି କହିଲେ ‘COP28 ରେ ଭଲ ବନ୍ଧୁ’

ଦୁବାଇରେ ଜଳବାୟୁ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ସେଲଫି ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, “COP28 ରେ ଭଲ ବନ୍ଧୁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ସେଲଫି ସେୟାର କରିଛନ୍ତି । ମେଲୋନି ଦୁବାଇରେ ଜଳବାୟୁ ଶିଖର ସମ୍ମିଳନୀ ସମୟରେ ଏହି ସେଲଫି ନେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, “COP28 ରେ ଭଲ ବନ୍ଧୁ।”

ପିଏମ ମେଲୋନି ସେୟାର କରିବା ମାତ୍ରେ ଏହି ସେଲଫି ଭାଇରଲ ହୋଇଥିଲା । ଅନେକ ଯୁଜର୍ସ ଏହାକୁ ନେଇ କମେଣ୍ଟ କରୁଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରେ ଅନୁଷ୍ଠିତ ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀ (COP28 ସମ୍ମିଳନୀ) ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ।

 

View this post on Instagram

 

A post shared by Giorgia Meloni (@giorgiameloni)

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ହ୍ୟାଣ୍ଡେଲରେ ମେଲୋନିଙ୍କ ସହ ଏକ ଫଟୋ ସେୟାର କରି ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତ ଏବଂ ଇଟାଲୀ ମଧ୍ୟରେ ମିଳିତ ପ୍ରୟାସ ଜାରି ରଖିବେ’ ବୋଲି କହିଥିଲେ ।
ଏହାସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ସର୍ବଦା ଆର୍ଥିକ ବିକାଶ ସହିତ ପରିବେଶ ସନ୍ତୁଳନକୁ ପ୍ରାଥମିକତା ଦେଇଆସିଛି। ଆଜି ଭାରତ ବିଶ୍ବ ସମ୍ମୁଖରେ ବିକାଶ ଓ ପରିବେଶଗତ ସନ୍ତୁଳନର ଶ୍ରେଷ୍ଠ ଉଦାହରଣ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.