ଅମ୍ବାନୀଙ୍କୁ ଧମକ ମାମଲା: ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ୍‌-ହିନ୍ଦ୍‌, ଆର ଥରକୁ ପୁଅଙ୍କ ଉପରେ ଗାଡ଼ି ଚଢ଼ାଇଦେବାକୁ ଧମକ

ମୁମ୍ବାଇରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରେ ବିସ୍ଫୋରକ ମିଳିବା ମାମଲାରେ ରବିବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଆତଙ୍କୀ ସଂଗଠନ ଜୈଶ-ଉଲ-ହିନ୍ଦ୍‌ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିବା ମାମଲାରେ ନିଜକୁ ଦାୟୀ କରିଛି। ନିଜକୁ ଦାୟୀ କରି ଜୈଶ-ଉଲ-ହିନ୍ଦ୍‌ କହିଛି ଯେ, ଫିଲ୍ମ ଆସିବା ଏବେ ବାକି ଅଛି। ସୂଚନାଯୋଗ୍ୟ ଯେ ଏହି ମାମଲାର ତଦନ୍ତ ଏନ୍‌ଆଇଏ ଓ ମୁମ୍ବାଇ ପୋଲିସର କ୍ରାଇମ୍‌ବ୍ରାଞ୍ଚ୍‌ କରୁଛି।

ଏକ ଟେଲିଗ୍ରାମ୍‌ ମେସେଜ୍‌ ଜରିଆରେ ଜୈଶ-ଉଲ-ହିନ୍ଦ୍‌ ଦାବି କରିଛି ଯେ ଏସ୍‌ୟୁଭିରେ ବିସ୍ଫୋରକ ରଖିଥିବା ଆତଙ୍କବାଦୀ ସୁରକ୍ଷିତ ଭାବେ ଘରେ ପହଞ୍ଚିଯାଇଛନ୍ତି। ଏହା କେବଳ ଏକ ଟ୍ରେଲର ଥିଲା। ପୂରା ପିକ୍‌ଚର ଆସିବା ଏବେ ବାକି ଅଛି। ମେସେଜ୍‌ରେ ମୁକେଶ ଅମ୍ବାନୀଙ୍କଠାରୁ ଟଙ୍କା ମଧ୍ୟ ମଗାଯାଇଛି। ଲେଖାଯାଇଛି, ଯଦି ଅମ୍ବାନୀ ତାଙ୍କ ଦାବି ପୂରଣ ନ କରନ୍ତି, ତେବେ ଆରଥର ତାଙ୍କ ପୁଅର କାର ଉପରେ ଆକ୍ରମଣ ହେବ।

ambani

‘TERROR AT AMBANI HOUSE’ ଟାଇଟଲ ଥିବା ମେସେଜ୍‌ରେ ଆତଙ୍କବାଦୀ ଲେଖିଛନ୍ତି, ଆପଣ(ଅମ୍ବାନୀ) ଜାଣିଛନ୍ତି କ’ଣ କରିବେ। ଯେଉଁ ଟଙ୍କା ଆପଣଙ୍କୁ ଦେବାକୁ କୁହାଯାଇଛି ତାହାକୁ ଟ୍ରାନ୍ସଫର କରନ୍ତୁ ଓ ନିଜ ‘ଫ୍ୟାଟ୍‌ କିଡ୍ସ’ଙ୍କ ସହ ଖୁସିରେ ରୁହନ୍ତୁ। ସୂଚନାଯୋଗ୍ୟ ଯେ ଜୈଶ-ଉଲ-ହିନ୍ଦ ସଂଗଠନ ହିଁ ଦିଲ୍ଲୀରେ ଇସ୍ରାଇଲ୍‌ ଦୂତାବାସ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.