ଛିଡ଼ା ଛିଡ଼ା ନିଦରେ ଶୋଇଗଲା ହାତୀ ଛୁଆ, ହଠାତ୍ ହେଲା ଏମିତି କିଛି ମା’ ବି ହୋଇଗଲା ଆଶ୍ଚର୍ଯ୍ୟ, ଦେଖନ୍ତୁ ମଜାଦାର ଭିଡିଓ
ଆଜିକାଲି ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର କୌତୁକିଆ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓଗୁଡ଼ିକୁ ଦେଖିଲେ ଲୋକେ ବି ବହୁତ ଖୁସି ହୋଇଯାଉଛନ୍ତି। କିନ୍ତୁ ଏମିତି ବି କିଛି ଭିଡିଓ ଅଛି, ଯାହାକୁ ଦେଖିବାକୁ ବାରମ୍ବାର ଇଚ୍ଛା ହୋଇଥାଏ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଆପଣଙ୍କ ହୃଦୟକୁ କିଣିନେବ। ଭିଡିଓଟି ବେଶ୍ ପସନ୍ଦ ଆସିବ। ଏଥିରେ ଏକ ହାତୀ ଏବଂ ତା’ର ଛୁଆ ନଜର ଆସୁଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି କି, ଏକ ଛୁଆ ହାତୀ ତା’ ମା’ ସହିତ ଛିଡ଼ା ହୋଇଛି। ଆଉ ଛିଡ଼ା ହୋଇ ହୋଇ ତାକୁ ନିଦ ଆସିଯାଉଛି। ଯେତେବେଳେ ତା’ର ମା’ ତାକୁ ହାଲୁକା ଛୁଇଁଦେଉଛି, ତ ସେ ତଳେ ପଡ଼ିଯାଉଛି। ଛୁଆ ହାତୀଟି ପଡ଼ିଯିବା ପରେ ଅନ୍ୟ ହାତୀ ତାକୁ ଉଠାଇବା ପାଇଁ ପାଖକୁ ଦୌଡ଼ି ଆସୁଛନ୍ତି। ଏହି ଭିଡିଓକୁ ଆଇଏଫ୍ଏସ୍ ଅଫିସର ସୁଶାନ୍ତ ନନ୍ଦା ଟ୍ଵିଟରରେ ଶେୟାର କରିଛନ୍ତି।
ଭିଡିଓଟି ଖୁବ୍ ମଜାଦାର ହୋଇଥିବା ବେଳେ ସୁଶାନ୍ତ ନନ୍ଦା ଏଥିରେ କ୍ୟାପସନ ଲେଖିଛନ୍ତି, ‘ଛିଡ଼ା ଛିଡ଼ା ଶୋଇଗଲା, ମୋତେ ମୋ ସୈନିକ ସ୍କୁଲର କଥା ମନେ ପଡ଼ିଗଲା’। ଏହି ଭାଇରାଲ ଭିଡିଓକୁ ଏ ପର୍ଯ୍ୟନ୍ତ ଲକ୍ଷେ ଲୋକ ଦେଖିସାରିଥିବା ବେଳେ ଏହା ଉପରେ ମଜାଳିଆ କମେଣ୍ଟସ୍ ମଧ୍ୟ ଦେବାରେ ଲାଗିଛନ୍ତି। ସେମାନଙ୍କୁ ଏହି ହାତୀ ଛୁଆ ବହୁତ କ୍ୟୁଟ୍ ଲାଗୁଛି।
Sleeping while standing💕
Reminded of my Sainik School pic.twitter.com/JiSlWIaVUw— Susanta Nanda IFS (@susantananda3) February 26, 2021