Below header

ଓଟପକ୍ଷୀ କୋଷିକା ବ୍ୟବହାର ଦ୍ୱାରା ପ୍ରସ୍ତୁତ ମାସ୍କ ଚିହ୍ନଟ କରିବ କୋଭିଡ ସଂକ୍ରମଣ

ନୂଆଦିଲ୍ଲୀ : କୋଭିଡ ଚିହ୍ନଟ କରିବାକୁ ଏବେ ଜାପାନର ଗବେଷକ ଏକ ନୂଆ ପଦ୍ଧତି ଉଦ୍ଭାବନ କରିଛନ୍ତି । ଯାହାଦ୍ୱାରା ମାସ୍କ କୋଭିଡ ସଂକ୍ରମଣକୁ ଚିହ୍ନଟ କରିପାରିବ । ଓଟପକ୍ଷୀ କୋଷିକା ବ୍ୟବହାର ଦ୍ୱାରା ପ୍ରସ୍ତୁତ ମାସ୍କ ଚିହ୍ନଟ କରିବ କୋଭିଡ ସଂକ୍ରମଣ। କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ଅଲ୍ଟ୍ରାଭାଓଲେଟ ରଶ୍ମି ଆଗରେ ମାସ୍କ ଚମକିବ। ଏଭଳି ଏକ ମାସ୍କକୁ ଜାପାନର ଗବେଷକ ୟାସୁହିରୋ ସୁକାମୋଟୋ ଏବଂ ତାଙ୍କ ଟିମ୍ ପ୍ରସ୍ତୁତ କରିଛନ୍ତି।

ଓଟପକ୍ଷୀର ଆଣ୍ଟିବଡିକୁ ମାସ୍କରେ ପ୍ରଲେପ କରି ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। କରୋନା ବିରୋଧରେ ଓଟପକ୍ଷୀର ରୋଗପ୍ରତିରୋଧକ ଶକ୍ତି ସବୁଠାରୁ ଅଧିକ ଥିବା ଗବେଷଣାରୁ ଜଣାପଡ଼ିବା ପରେ ଓଟପକ୍ଷୀର କୋଷିକାକୁ ମାସ୍କ ଉପରେ ବ୍ୟବହାର କରାଯାଇଛି।

ଏହି ସ୍ୱତନ୍ତ୍ର ଧରଣର ମାସ୍କ ପିନ୍ଧିଥିବା ବ୍ୟକ୍ତି ୮ଘଣ୍ଟା ପରେ ମାସ୍କକୁ ଅଲ୍ଟ୍ରାଭାଓଲେଟ ରଶ୍ମି ଆଗରେ ରଖିଲେ ଯଦି ସେ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥାନ୍ତି ତେବେ, ଏହା ଚମକିଥାଏ। ଯଦି କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିନଥାନ୍ତି ତେବେ ଏହାର ରଙ୍ଗ ଅଲ୍ଟ୍ରା ଭାଓଲେଟ ରଶ୍ମି ଆଗରେ ମଧ୍ୟ ଅପରିବର୍ତ୍ତିତ ରହିଥାଏ। ଏହା ଦ୍ୱାରା ସହଜରେ କୋଭିଡ ସଂକ୍ରମଣ ଚିହ୍ନଟ ହୋଇପାରିବ ବୋଲି ଜାପାନୀ ଗବେଷକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.