ପାଇଲଟ କ୍ୟାପ୍ଚର କଲେ ଏଲିଏନଙ୍କ ବଳୟ, ଆପଣ ଦେଖିଲେ ବି ହେବେ ଆଶ୍ଚର୍ଯ୍ୟ

ୟୁଏଫଓ ଏସ୍‌ ମାନେ କଣ ଆପଣ ଜାଣନ୍ତି କି ? ଆପଣ ଏହି ଶବ୍ଦ ହୁଏତ ଅନେକ ଥର ଶୁଣିଥିବେ କାରଣ ଆପଣ ଏଲିଏନଙ୍କୁ ନେଇ ଅନେକ କାହାଣୀ ଓ ଖବର ଶୁଣିଥିବେ। ଯାହାକୁ ନେଇ ଅନେକ ଫିଲ୍ମ ମଧ୍ୟ ହୋଇସାରିଛି । ଆଉ ଏହି ୟୁଏଫଓ ଏସ୍‌ ହେଉଛି ଏଲିଏନ୍ସଙ୍କ ବଳୟ ।ଏଲିଏନଙ୍କୁ ନେଇ ଗବେଷଣା ମଧ୍ୟ ଜାରି ରହିଛି । ଅନେକ ଲୋକ ଏଲିଏନ ଥିବା ବିଶ୍ୱାସ କରୁଥିବା ବେଳେ କିଛି ଲୋକ ତାଙ୍କର ଅସ୍ତିତ୍ୱକୁ ବିଶ୍ୱାସ କରୁନାହାନ୍ତି । ଅନେକ ଥର ଆକାଶ ମାର୍ଗରେ ଏଲିଏନଙ୍କ ଉଡନ୍ତା ଥାଳିକୁ ଦେଖିଥିବା କିଛି ଲୋକେ ଯୁକ୍ତି ମଧ୍ୟ ରଖିଛନ୍ତି । ହେଲେ ଠିକ ସେହି ଆକାଶ ମାର୍ଗରେ ବୁଲୁଥିବା ଏକ ପ୍ଲେଟ ଦେଖିବାକୁ ମିଳିଛି,ଯାହାକୁ ଦେଖିଲେ  ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ଏହି ପ୍ଲେଟ ମଧ୍ୟ ଦେଖିବାକୁ ଠିକ ଏଲିଏନଙ୍କର ସେହି ବଳୟ ପରି, ଯାହାକୁ ନିଜ ଫୋନରେ କ୍ୟାପ୍ଚର କରିଛନ୍ତି ଜଣେ ପାଇଲଟ । ପାଇଲଟ ମଧ୍ୟ ପ୍ରଥମେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ମନରେ ଉଠି ଥିଲା ଅନେକ ପ୍ରଶ୍ନ , ଯେତେବେଳେ ପ୍ରସାନ୍ତ ମହାସାଗର ପ୍ରାୟ ୩୯.୦୦୦ ଫୁଟ ଉଚ୍ଚତାରେ ତାଙ୍କ ବିମାନ ଉଡୁଥିବା ସମୟରେ ସେ ଏହି ଦୃଶ୍ୟର ଭିଡିଓ କରିଥିଲେ ଓ ଫଟୋ ଉଠାଇଥିଲେ । ତେସେବେଳେ ସେ ଉଠାଇଥିବା ବଳୟର ଲାଇଟକୁ ଦେଖି ଭାବିଥିଲେ ଯେ ଏହା ନିଶ୍ଚିତ ଏଲିଏନଙ୍କର ହିଁ ହୋଇଥିବ । ତେବେ ଏହି ବଳୟ କିଛି ସମୟ ପରେ ପୁଣି ବାଦଲ ଭିତରେ ପସିଯାଇଥିଲା ।

Video Courtesy  – Chillz Tv

ଦୁନିଆରେ ଏଲିଏନ ମାନଙ୍କ ବିଷୟରେ ଚର୍ଚ୍ଚା କରାଯାଉଛି କିନ୍ତୁ ଏମାନଙ୍କ ଅସ୍ତିତ୍ୱର ଏବେ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ । ଅନେକ ଥର ଲୋକମାନେ ୟୁଏଫଓ ବା (ଅନଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଓବଜେକ୍ଟସ୍‌) କୁ ଆକାଶରେ ଦେଖିଥିବା କହିଛନ୍ତି । କିଛି ଆମେରିକୀୟ ଅଧିକାରୀମାନେ ଆମେରିକାକୁ ଦୋଷ ଦେଇ କହିଛନ୍ତି ଯେ ଆମେରିକା ଏଲିଏନ୍ସ ସହ ଜଡିତ ଅନେକ ତଥ୍ୟକୁ ଲୁଚାଇଛି । ତେବେ ବର୍ତ୍ତମାନ ପୁଣି ଥରେ ଏଲିଏନ୍ସ ଦେଖାଯାଇଥିବା ନେଇ ଦାବି କରାଯାଇଛି ଓ ଏହି ଦାବି ବର୍ତ୍ତମାନ କରିଛନ୍ତି ଚୀନ ର ପାଇଲଟ ଓ ତାଙ୍କ ସହଯୋଗୀ ।ଚୀନ ର ଏୟାରଫୋର୍ସ ଏକ୍ସପର୍ଟ ଦାବି କରିଛନ୍ତି ଯେ ସେ ନଭେମ୍ବର ୨୪ ତାରିଖରେ ଏଲିଏନ୍ସକୁ ଦେଖିଥିଲେ ବୋଲି ।

ଏକ୍ସପର୍ଟ କହିଛନ୍ତି ଯେତେବେଳେ ସେମାନେ ତାଇଓ୍ଵାନ ଓ ହଂକକଂଗ ମଧ୍ୟରେ ବିମାନ ଯାତ୍ରା କରୁଥିଲେ ସେତେବେଳେ ସେ ଦୂର ଆକାଶରେ ଏସିଏନ୍ସଙ୍କର ସେନାର ୟୁଏଫଓ ଉଡୁଥିବାର ଦେଖିଥିଲେ । ପାଇଲଟ ଓ ତାଙ୍କ ସହଯୋଗୀମାନେ ଏଲିଏନ୍ସଙ୍କ ସେନା ଉଡୁଥିବା ଥାଳି ଦେଖିଥିଲେ ଓ ପ୍ରମାଣ ପାଇଁ ସେମାନେ ସେହି ଉଡୁଥିବା ଥାଳି ଆକୃତି ବଳୟର ନିଜ କ୍ୟାମେରାରେ ଭିଡିଓ କରିଥିଲେ ଓ ଫଟୋ ମଧ୍ୟ ଉଠାଇଥିଲେ । କୋକପିଟ ଭିତରୁ ହୋଇଥିବା ଏହି ଭିଡିଓରେ ୧୨ ଟି ଚମକୁ ଥିବା ଲାଇଟ ଦେଖାଯାଇଥିଲା, ଯାହାକୁ ୟୁଏଫଓ କୁହାଯାଉଛି ।

Alien
Picture Credit – Lad bible

ତେବେ ପାଇଲଟ ଭିଡିଓ ତିଆରି କରୁଥିବା ବେଳେ କହିଥିଲେ ଦୂର ଆକାଶରେ ଏମିତି ରହସ୍ୟମୟୀ ସ୍ପେସକ୍ରାଫ୍ଟ ରେ ଲାଇଟ ଜଳୁଥିବା ଓ ବନ୍ଦ ହେଉଥିବାର ଦେଖାଯାଉଥିଲା । ଚୀନ ର ଏୟାରଫୋର୍ସ ଏକ୍ସପର୍ଟ ଯେଉଁ ଭିଡିଓ କରିଛନ୍ତି , ଏହା ପୂର୍ବରୁ ମଧ୍ୟ ୯ଟି ୟୁଏଫଓ ଦେଖାଯାଇଥିଲା । ଭିଡିଓ ମଝିରେ ୧୨ ଓ ପୁଣି ୯ ଟି ୟୁଏଫଓ ଦେଖାଯାଇଥିଲା । ଚୀନ ର ଏୟାରଫୋର୍ସ ଏକ୍ସପର୍ଟଙ୍କ କହିବା କଥା ଭିଡିଓ ଦେଖି ଏ ମିତି ଲାଗୁଥିଲା ଯେମିତି ଏଲିଏଲ୍ସ ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ତେବେ ଏହି ଭିଡିଓକୁ ୟୁଏଫଓ ସାଇଟିଙ୍ଗ୍ସ ଡେଲି ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଥିଲା । ଯାହାକୁ ପାଇଲଟ ସେୟାର କରିଥିଲେ । ଏହା ଟ୍ଵିଟରରେ ମଧ୍ୟ ସେୟାର କରାଯାଇଛି । ତେବେ ୟୁଜର୍ସମାନେ ଏହି ଭିଡିଓ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ହଂକକଂଗ ଓ ଚୀନ ର ଆକାଶରେ ୟୁଏଫଓର ଫ୍ଲିଟ ସୋସିଆଲ ମିଡିଆରେ ସେୟାର ହେବା ପରେ ଅନେକ ସୋସିଆଲ ମେଡିଆ ୟୁଜର୍ସ ଲେଖିଛନ୍ତି ଯେ ଏଲିଏନ୍ସ ଚୀନ ଉପରେ ଆଟାକ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଆକାଶ ମାର୍ଗରେ ଦେଖାଯାଇଥିବା ବଳୟ ଥିଲା ରହସ୍ୟମୟ । ପୁଣି ଏଲିଏନ୍ସଙ୍କୁ ନେଇ ଆସୁଛି ଅନେକ ମନ୍ତବ୍ୟ କିନ୍ତୁ ଏହା କେତେ ସତ ଓ ମିଛ ତାହା ସମୟ ଆସିଲେ ହିଁ ଜଣା ପଡିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.