ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା

ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିବେ ।

ଭାରତରେ ପହଞ୍ଚଲେ ଜାପାନ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ । ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିବେ କିଶିଦା। ଏହା ସହ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଏବଂ ଜାପାନର ଅଧ୍ୟକ୍ଷତାରେ ହେବାକୁ ଥିବା ଜି୭ ବୈଠକ ନେଇ ଫୁମିଓ କିଶିଦା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଆଲୋଚନା ହେବ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହିତ ଜାପାନ ପ୍ରଧାନମନ୍ତ୍ରୀ ଏକ ଥିଙ୍କ ଟ୍ୟାଙ୍କ ଇଭେଣ୍ଟରେ ମଧ୍ୟ ଯୋଗ ଦେବେ। ତେବେ ଚୀନ ସହ ଦୂରତା ସମୟରେ ଜାପାନ ସହ ଭାରତର ବନ୍ଧୁତାକୁ ନେଇ ଆଲୋଚନା ହେଉଛି । ଜାପାନ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ଏସିଆ ଅଞ୍ଚଳରେ ଚୀନର ପ୍ରଭାବ କ୍ଷୁଣ୍ଣ କରିବା ପାଇଁ ବିଧିବଦ୍ଧ ଆଲୋଚନା ହୋଇପାରେ ।

୨୭ ଘଣ୍ଟା ପାଇଁ ଭାରତ ଗସ୍ତରେ ଆସିଥିବା ଜାପାନୀ ପ୍ରଧାନମନ୍ତ୍ରୀ କିଶିଦା ଆଜି ଅପରାହ୍ଣରେ ଏକ ଅଗ୍ରଣୀ ବୁଦ୍ଧିଜୀବୀ ସଙ୍ଗଠନରେ ଉଦ୍‌ବୋଧନ ଦେବା ବେଳେ ତାଙ୍କର ‘ଫ୍ରି ଆଣ୍ଡ୍‌ ଓପେନ୍‌ ଇଣ୍ଡୋ-ପାସିଫିକ୍‌ ପ୍ଲାନ୍‌ ଫର୍‌ ପିସ୍’ ଉନ୍ମୋଚନ କରିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.