ଲିଭ୍‌-ଇନ୍ ସମ୍ପର୍କର ପଞ୍ଜୀକରଣ ଦାବି ଉପରେ ଶୁଣାଣି କଲେନି ସୁପ୍ରିମ୍‌କୋର୍ଟ, ଶ୍ରଦ୍ଧା ଓ ନିକ୍କି ହତ୍ୟା ପରେ ଦାଖଲ ହୋଇଥିଲା ପିଟିସନ

ଲିଭ୍‌-ଇନ୍ ରିଲେସନଶିପ୍‌ର ପଞ୍ଜୀକରଣ ଦାବି ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ଲିଭ୍‌-ଇନ୍ ସମ୍ପର୍କର ପଞ୍ଜୀକରଣ ବ୍ୟବସ୍ଥା କରିବାକୁ ଦାବି କରିଥିଲେ, ଯାହାକୁ ଅବ୍ୟବହାରିକ କହି ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ଲିଭ୍‌-ଇନ୍ ରିଲେସନଶିପ୍‌ର ପଞ୍ଜୀକରଣ ଦାବି ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ଲିଭ୍‌-ଇନ୍ ସମ୍ପର୍କର ପଞ୍ଜୀକରଣ ବ୍ୟବସ୍ଥା କରିବାକୁ ଦାବି କରିଥିଲେ, ଯାହାକୁ ଅବ୍ୟବହାରିକ କହି ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ଏହି ଆବେଦନରେ ଶ୍ରଦ୍ଧା ୱାକର ଓ ନିକ୍କି ଯାଦବ ହତ୍ୟା ମାମଲା ବିଷୟରେ ଦର୍ଶାଯାଇଥିଲା। କୁହାଯାଇଥିଲା ଯେ, ଗୋପନୀୟ ଭାବେ ଚାଲୁଥିବା ଏପରି ସମ୍ପର୍କ ଲଗାତାର ଜଘନ୍ୟ ଅପରାଧର କାରଣ ପାଲଟୁଛି। ଲିଭ୍‌-ଇନ୍ ପାର୍ଟନରଙ୍କ ସୁରକ୍ଷା ପାଇଁ ପୋଲିସ ପାଖରେ ସେମାନଙ୍କ ବିଷୟରେ ସୂଚନା ଥିବା ଜରୁରୀ। ବିବାହ ପରି ଲିଭ୍‌-ଇନ୍‌ ସମ୍ପର୍କରେ ରହୁଥିବା କପଲ୍‌ଙ୍କର ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରିବାକୁ ଆବେଦନକାରୀ ଦାବି କରିଥିଲେ।

କହି ରଖୁଛୁ ଯେ ଦିଲ୍ଲୀରେ ଅଫତାବ ଅମିନ ପୁନାୱାଲା ନାମକ ଯୁବକ ନିଜର ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ସେ ଶ୍ରଦ୍ଧାଙ୍କ ଶରୀରକୁ ବିଭିନ୍ନ ଖଣ୍ଡରେ କାଟି ସହରର ବିଭିନ୍ନ ସ୍ଥାନରେ ପକାଇ ଦେଇଥିଲେ।

ସେହିପରି ଅନ୍ୟ ଏକ ମାମଲାରେ ସାହିଲ ଗେହଲଟ୍ ନାମକ ଯୁବକ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ନିକ୍କି ଯାଦବଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତ ନିକ୍କିଙ୍କୁ ହତ୍ୟା କରିବାର ପ୍ରାୟ ୧୨ ଘଣ୍ଟା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପରେ ନିକ୍କିଙ୍କ ମୃତଦେହ ଏକ ଫ୍ରିଜ୍‌ ଭିତରୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.