ଦୁଃଖ ଜଣାଇବା ପାଇଁ ଅର୍ଥମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଜେଟ କର୍ମଚାରୀ , ଏମିତି କଲେ ଅନୁରୋଧ

ଗୋଟିଏ ମାସର ଦରମା ଦେବା ପାଇଁ ଜେଟ ଏୟାରୱେଜର କମର୍ଚାରୀ ମାନେ ଶନିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ କର୍ମଚାରୀମାନେ ସରକାରଙ୍କ ତରଫରୁ କୁହାଯାଇଥିବା ଏୟାର ଲାଇନ ପ୍ରକ୍ରିୟା ତୁରନ୍ତ ପୁରା କରିବା ସହ ସେମାନଙ୍କୁ ପାଖାପାଖି ଗୋଟିଏ ମାସର ଦରମା ଦେବାପାଇଁ ଅନୁରୋଧ କରିଛନ୍ତି । ଯାହାର ମୂଲ୍ୟ ପାଖାପାଖି ୧୭୦ କୋଟି ଟଙ୍କା ହେବ ।

ଜେଟ ଏୟାରୱେଜର ସିଇଓ ବିନୟ ଦୁବେ ଓ ସିଏଫଓ ଅମିତ ଅଗ୍ରୱାଲ ସମେତ କମ୍ପାନୀର ଅନେକ ପ୍ରତିନିଧି ମଣ୍ଡଳୀ ଶନିବାର ଦିନ ଅର୍ଥମନ୍ତ୍ରୀଙ୍କ ସହ ୧ ଘଣ୍ଟା କାଳ ଆଲୋଚନା କରି ଏହି ନିବେଦନ କରିଛନ୍ତି । ଏହି ଆଲୋଚନାରେ ବିମାନ ସଚିବ ପି.ଏସ ଖରେଲା ମଧ୍ୟ ଉପସ୍ଥିତ ଥିଲେ ।

jet_airways employee meet to arun jetly
ଅର୍ଥମନ୍ତ୍ରୀ କର୍ମଚାରୀ ମାନଙ୍କୁ ଆଶ୍ବସ୍ଥ କରିବାକୁ ଯାଇ କହିଛନ୍ତି ଖୁବ ଜଲଦି କମ୍ପାନୀର ଚାଲିଥିବା ଋଣ ପ୍ରକିୟା ସଫଳତାର ସହ ପୂରଣ କରାଯାଉ । ଏବଂ ପୁନର୍ବାର ପରିଚାଳନା ଆରମ୍ଭ କରି ଦେଶର ବିମାନ କ୍ଷେତ୍ର ସହିତ ଯାତ୍ରୀ ମାନଙ୍କ ପାଇଁ ସେବା କରୁ, ବୋଲି ସେ ଇଛା ପ୍ରକଟ କରୁଥିବାର କହିଛନ୍ତି । ସୁଚନା ଅନୁସାରେ କର୍ମଚାରୀଙ୍କ ଦରମା ପାଖା ପାଖି ୧୭୦ କୋଟି ଟଙ୍କା ଦେବା ପାଇଁ ବ୍ୟାଙ୍କକୁ ନିଣ୍ଣର୍ୟ ନେବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.