୩୭ ବର୍ଷର ରେକର୍ଡ ଭାଙ୍ଗିଲେ ଯୋଗୀ ଆଦିତ୍ୟନାଥ, ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

କେନ୍ୟୁଜ୍(ବ୍ୟୁରୋ): ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ଇନିଂସ । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ । କ୍ରମାଗତ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ସହ ଉତ୍ତର ପ୍ରଦେଶରେ ୩୭ ବର୍ଷର ରେକର୍ଡ ଭାଙ୍ଗିଲେ ଯୋଗୀ ଆଦିତ୍ୟନାଥ । ଗତ ୩୭ ବର୍ଷ ମଧ୍ୟରେ କୌଣସି ଦଳକୁ ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିନଥିଲା । ଆଜି ଯୋଗୀ ଆଦିତ୍ୟନାଥଙ୍କ ସହ ୫୨ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ୍‌ ଗଠନ ହୋଇଛି । କେଶବ ପ୍ରସାଦ ମୌର୍ଯ୍ୟ ପରାଜିତ ହୋଇଥିଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦକୁ ଫେରିଛନ୍ତି ।

ଶପଥ ଗ୍ରହଣ ଉତ୍ସବ ପାଇଁ ଲକ୍ଷ୍ନୌ ଷ୍ଟାଡିୟମରେ ବିଶାଳ ଆୟୋଜନ ହୋଇଥିଲା । ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ବିଜେପିର ସହଯୋଗୀ ଦଳର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ବିରୋଧୀ ଦଳର ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଅନେକ ସିନେ ତାରକା ନିମନ୍ତ୍ରିତ ହୋଇଥିଲେ । ଫିଲ୍ମ କାଶ୍ମୀର ଫାଇଲ୍‌ସର ପୂରା ଟିମ୍‌ ନିମନ୍ତ୍ରିତ ହୋଇଥିଲେ। ଜନସମୁଦ୍ର ପାଲଟିଥିଲା ଏକ୍‌ନା ଷ୍ଟାଡିୟମ । ଉତ୍ତର ପ୍ରଦେଶର ୪୦୩ ସିଟ୍‌ରୁ ୨୫୫ ସିଟ୍‌ ଦଖଲ କରି କ୍ଷମତାକୁ ଫେରିଛି ବିଜେପି । ବିଜେପିକୁ ୪୧.୨୯ ପ୍ରତିଶତ ଭୋଟ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.