ଜନ୍‌ସନ୍‌ର ସିଙ୍ଗଲ୍‌ ଡୋଜ୍‌ ଟିକାକୁ ଜରୁରୀ ବ୍ୟବହାର ପାଇଁ ଭାରତରେ ମିଳିଲା ଅନୁମତି

ନୂଆଦିଲ୍ଲୀ :  ଆମେରିକାର ଫାର୍ମା କମ୍ପାନି ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌କୁ ଭାରତରେ ମିଳିଲା ଅନୁମତି । କୋଭିଡ ପାଇଁ ବ୍ୟବହୃତ ହେବାକୁ ଥିବା ଭାରତରେ ଏହା ହେବ ୫ମ ଟିକା । ଭାରତ ସରକାର ଏହାକୁ ଅନୁମତି ଦେଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନ୍‌ସୁକ୍‌ ମାଣ୍ଡଭୀୟ ଟ୍ଵିଟ ଯୋଗେ ଜଣାଇଛନ୍ତି ।

ଜନ୍‌ସନ୍‌ ର ଏହି ସିଙ୍ଗଲ ଡୋଜ୍‌ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଏହାକୁ ଲଗାଇ ଭାରତରେ ଏବେ ୫ ଟି ଟିକା କରୋନା ପାଇଁ ବ୍ୟବହୃତ ହେବ । ଏହା ପୂର୍ବରୁ କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟ୍‌ନିକ ଭି ଓ ମଡର୍ଣ୍ଣା ଟିକାକୁ କରୋନା ବିରୋଧରେ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।

ଗତ ଗୁରୁବାର (ଅଗଷ୍ଟ ୫ ତାରିଖ) କମ୍ପାନି ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା ଯାହାକୁ ଭାରତ ସରକାର ଅନୁମୋଦନ କରିଛନ୍ତି । ଏହି ସିଙ୍ଗଲ ଡୋଜ ଟିକା ଭାରତ ଓ ବିଶ୍ୱର ଅନ୍ୟ ଦେଶରେ କରୋନା କ୍ଷେତ୍ରରେ ମାଇଲ ଖୁଣ୍ଟ ସୃଷ୍ଯି କରିବ ବୋଲି କମ୍ପାନି କହିଛି ।

ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଓ ବାୟୋଲୋଜିକାଲ ଇ ସହଭାଗୀତାରେ ଏହି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଟିକାର ୩ ୟ ଷ୍ଟେଜ ପରୀକ୍ଷଣ ପରେ ଏହି ସିଙ୍ଗଲଡୋଜ୍‌ ଟିକା ୮୫ ପ୍ରତିଶତ ସଫଳତା ଦେଇଥିବା କଥା କମ୍ପାନୀ କହିଛି । ସବୁଠୁ ବଡ଼ କଥା ହେଉଛି ଏହି ଟିକା ନେବାର ୨୮ ଦିନ ପରେ ରୋଗୀଙ୍କ ମୃତ୍ୟୁ ବା ମେଡିକାଲରେ ଭର୍ତ୍ତି ହେବା ସଂଖ୍ୟା ବହୁତ ହ୍ରାସ ପାଇଥିବା ଦେଖାଯାଇଥିଲା ବୋଲି କମ୍ପାନି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.