ଦେଶର ୫୦ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଧନଞ୍ଜୟ ଯଶଓ୍ଵନ୍ତ ଚନ୍ଦ୍ରଚୂଡ଼, ନିଯୁକ୍ତି ଦେଲେ ରାଷ୍ଟ୍ରପତି

କେନ୍ୟୁଜ୍(ବ୍ୟୁରୋ):ଜଷ୍ଟିସ ଧନଞ୍ଜୟ ଯଶଓ୍ଵନ୍ତ ଚନ୍ଦ୍ରଚୂଡ଼ଙ୍କୁ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବରେ ମିଳିଲା ନିଯୁକ୍ତି । ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ୫୦ତମ ପ୍ରଧାନ ବିଚାରପତି ଭାବରେ ଆସନ୍ତା ନଭେମ୍ବର ୯ ତାରିଖରେ ଶପଥ ନେବେ ଜଷ୍ଟିସ ଡି. ଓ୍ଵାଇ. ଚନ୍ଦ୍ରଚୂଡ଼ । ତାଙ୍କ ନାଁ ସୁପାରିଶ କରିଥିଲେ ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ । ପ୍ରଧାନ ବିଚାରପତି ପଦରେ ପ୍ରାୟ ଦୁଇ ବର୍ଷ ରହିବେ ।

୨୦୨୪ ନଭେମ୍ବର ୧୦ ତାରିଖ ଯାଏ ଏହି ପଦବୀରେ ରହିବେ । ନଭେମ୍ବର ୮ ତାରିଖରେ ସରୁଛି ପ୍ରଧାନ ବିଚାରପତି ୟୁ. ୟୁ. ଲଳିତଙ୍କ କାର୍ଯ୍ୟକାଳ। ଜଷ୍ଟିସ ଧନଞ୍ଜୟ ଚନ୍ଦ୍ରଚୂଡ଼, ପୂର୍ବତନ ପ୍ରଧାନ ବିଚାରପତି ଯଶୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ଙ୍କ ପୁଅ । ଜଷ୍ଟିସ ଯଶୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ଦେଶର ୧୬ ତମ ପ୍ରଧାନ ବିଚାରପତି ଥିଲେ। ତାଙ୍କ ପୁଅ ଜଷ୍ଟିସ ଧନଞ୍ଜୟ ଚନ୍ଦ୍ରଚୂଡ଼ ୧୯୮୩ ମସିହାରେ ଓକିଲାତି କ୍ୟାରିଅର ଆରମ୍ଭ କରିଥିଲେ ।

୨୦୦୪ ମସିହାରେ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ଆଇନ ସେବା କମିଟିର ଦୁଇ ବର୍ଷ ସଦସ୍ୟ ରହିଥିଲେ । ୨୦୧୩ରେ ଆହ୍ଲାବାଦ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ନେଇଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ । ୨୦୧୪ରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା । ଜଷ୍ଟିସ ଚନ୍ଦ୍ରଚୂଡ଼ ଅଯୋଧ୍ୟା ବାବ୍ରି ମସଜିଦ ମାମଲା, ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟର ଖଣ୍ଡପୀଠରେ ଥିଲେ । ପୂର୍ବରୁ ୧୯୯୮ରେ ସେ ଥିଲେ ଭାରତର ଅତିରିକ୍ତ ସଲିସିଟର ଜେନେରାଲ୍‌ ଭାବରେ କାର୍ଯ୍ୟ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.