ଦୀପାବଳିରେ ଉଜୁଡିଗଲା ପରିବାରର ଖୁସି, ମା’ ସମେତ ୩ ପୁଅଙ୍କୁ ମାରିଦେଲା ଦୁବୃର୍ତ୍ତ

କର୍ଣ୍ଣାଟକର ଉଡୁପୀ ଜିଲ୍ଲାର ତୃପ୍ତି ନଗରରେ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଗୋଟିଏ ଘରୁ ମିଳିଛି । ପରିବାରର ୩ ପିଲାଙ୍କ ସହିତ ମା’ର ମୃତଦେହକୁ ଜବତ କରିଛି ପୋଲିସ । ତେବେ ଘରେ କେହି ପଶି ଏମାନଙ୍କୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ସମଗ୍ର ଦେଶରେ ଦୀପାବଳିକୁ ନେଇ ଉତ୍ସାହ ଲାଗିରହିଥିବା ବେଳେ କର୍ଣ୍ଣାଟକରେ ଘଟିଛି ହୃଦୟ ବିଦାରକ ଘଟଣା । କର୍ଣ୍ଣାଟକର ଉଡୁପୀ ଜିଲ୍ଲାର ତୃପ୍ତି ନଗରରେ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଗୋଟିଏ ଘରୁ ମିଳିଛି । ପରିବାରର ୩ ପିଲାଙ୍କ ସହିତ ମା’ର ମୃତଦେହକୁ ଜବତ କରିଛି ପୋଲିସ । ତେବେ ଘରେ କେହି ପଶି ଏମାନଙ୍କୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଉଡୁପି ଜିଲ୍ଲାର ପୋଲିସ ଅଧିକ୍ଷକ ଅରୁଣ କୁମାର ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟା କରିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏସପିଙ୍କ କହିବା ମୁତାବକ, ଦୁବୃର୍ତ୍ତ କେହି ଘରେ ପଶି ମା’ ସହିତ ୩ ପିଲାକୁ ହତ୍ୟା କରିଛି । ପୋଲିସ ସବୁଦିଗରୁ ଯାଞ୍ଚ ଆରମ୍ଭ କରିଛି । ଘରେ କୌଣସି ପ୍ରକାର ଚୋରି ହୋଇନାହିଁ । ମାଲପେ ପୋଲିସ ଷ୍ଟେସନରେ ମାମଲା ଦାଏର କରାଯାଇଛି ।

ତେବେ ମୃତକଙ୍କ ମଧ୍ୟରେ ୩ ଜଣ ପୁଅ ଏବଂ ମା’ ସାମିଲ ରହିଛନ୍ତି । ମୃତକ ମହିଳାଙ୍କ ବୟସ ୪୮ ବର୍ଷ ହସିନା ହୋଇଥିବା ବେଳେ ୨୩ ବର୍ଷୀୟ ପୁଅ ଅଫନାନ, ୨୧ ବର୍ଷୀୟ ପୁଅ ଅୟନାଜ ଏବଂ ୧୪ ବର୍ଷୀୟ ଅସୀମ ବୋଲି ପରିଚୟ ମିଳିଛି । ପୋଲିସ ମାମଲାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.