Below header

ରାସ୍ତା ମଝିରେ ଗାଡି ଅଟକାଇ ଦମ୍ପତିଙ୍କୁ ମାଡ଼ ମାରି ଲୁଟିନେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ସ୍ୱାମୀ ମେଡ଼ିକାଲରେ ଭର୍ତ୍ତି

ରାସ୍ତାରେ ଦମ୍ପତ୍ତି ଯାଉଥିବାବେଳେ ଏକାକୀ ଦେଖି ତାଙ୍କ ସାମ୍ନାରେ ଗାଡି ରଖିଲେ ..ମାଡ଼ ମାରି ତାଙ୍କଠୁ ସୁନା ଅଳଙ୍କାର , ଟଙ୍କା ସହ ଶେଷରେ ବାଇକ୍ କୁ ବି ଛାଡିଲେନି , ତାକୁ ନେଇ ଫେରାର ହୋଇଗଲେ ୫ ଦୁର୍ବୃତ୍ତ।

ସୁନା ଗହଣା ଲୁଟିବା ପାଇଁ ସବୁ ସୀମା ପାର କଲେ ଦୁର୍ବୃତ୍ତ । ରାସ୍ତା ମଝିରେ ଗାଡି ଅଟକାଇ ଝାମ୍ପି ନେଇ ଚାଲିଗଲେ … ଉଦ୍ଧତର ସବୁ ସୀମା ପାର କରି ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ରାସ୍ତାରେ ଦମ୍ପତ୍ତି ଯାଉଥିବାବେଳେ ଏକାକୀ ଦେଖି ତାଙ୍କ ସାମ୍ନାରେ ଗାଡି ରଖିଲେ ..ମାଡ଼ ମାରି ତାଙ୍କଠୁ ସୁନା ଅଳଙ୍କାର , ଟଙ୍କା ସହ ଶେଷରେ ବାଇକ୍ କୁ ବି ଛାଡିଲେନି , ତାକୁ ନେଇ ଫେରାର ହୋଇଗଲେ ୫ ଦୁର୍ବୃତ୍ତ। ଏ ଘଟଣା ଟି ଘଟିଛି ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଭଂଜନଗର – ଦଶପଲ୍ଲା ରାସ୍ତାର ଲେମ୍ଭେଇ ଗାଁ ନିକଟରେ….

ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ସଂପୃକ୍ତ ବ୍ୟକ୍ତିଙ୍କୁ ଅନେକ ଆଘାତ ଲାଗିଛି। ଏନେଇ ତାଙ୍କୁ ଗୁରୁତର ଅବସ୍ଥାରେ ଭଂଜନଗର ମେଡିକାଲରେ ଭର୍ତି କରାଯାଇଛି । ଆହତ ଜଣକ ନିକଟସ୍ଥ ଗରଡପଥର ଗାଁର ଶ୍ରୀକାନ୍ତ ସେଠୀ । ଶ୍ରୀକାନ୍ତ ଏବଂ ତାଙ୍କ ସ୍ତ୍ରୀ ଦୁହେଁ ବାଇକ୍ ରେ ଭଂଜନଗର ନିକଟସ୍ଥ କୁଲାଡ ରୁ ନିଜ ଗାଁ ଗରଡପଥର କୁ ଯାଉଥିଲେ । ଯିବା ରାସ୍ତାରେ ଲେମ୍ଭେଇ ଗାଁ ନିକଟରେ ୫ ଜଣ ଦୁର୍ବୃତ ତାଙ୍କ ବାଇକ୍ କୁ ଅଟକାଇ ତାଙ୍କୁ ମାଡ଼ ମାରିଥିଲେ । ସେମାନେ ଧରିଥିବା ପ୍ରାୟ ୧୦ ହଜାର ଟଙ୍କା , ମୋବାଇଲ, ବାଇକ୍ ଏବଂ ସ୍ତ୍ରୀ ପିନ୍ଧିଥିବା ସୁନା ଅଳଙ୍କାର ଛଡ଼ାଇ ସବୁ ଛଡାଇ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ ।

ଆହତ ଅବସ୍ଥାରେ ଘଟଣା ସ୍ଥଳରେ ପଡ଼ିଥିବା ଶ୍ରୀକାନ୍ତ ଙ୍କୁ ସ୍ଥାନୀୟ ଲୋକେ ଉଧାର କରି ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ତାରାସିଙ୍ଗି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.