Below header

ମତଦାନ ଶେଷ ହେବା ପରେ ଆସିଛି କର୍ଣ୍ଣାଟକର ଏକ୍‌ଜିଟ ପୋଲ, ଆଗରେ ରହିଛି କଂଗ୍ରେସ

କଂଗ୍ରେସ ସପକ୍ଷରେ ଅଧିକାଂଶ ଏକ୍‌ଜିଟ ପୋଲ ଆକଳନ ହୋଇଥିବା ବେଳେ ଝୁଲା ବିଧାନସଭାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଯଦି ଝୁଲା ବିଧାନସଭା ହୁଏ ତେବେ କିଙ୍ଗମେକର ଭୂମିକାରେ ଜେଡିଏସ ରହିବ ବୋଲି କୁହାଯାଇଛି।

କେନ୍ୟୁଜ୍(ବ୍ୟୁରୋ):କର୍ଣ୍ଣାଟକରେ କିଏ ଗଢିବ ସରକାର। ମତଦାନ ଶେଷ ହେବା ପରେ ଆସିଛି ଏକ୍‌ଜିଟ ପୋଲ। ୨୦୨୪ ପୂର୍ବରୁ ସେମିଫାଇନାଲରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସ ସପକ୍ଷରେ ଅଧିକାଂଶ ଏକ୍‌ଜିଟ ପୋଲ ଆକଳନ ହୋଇଥିବା ବେଳେ ଝୁଲା ବିଧାନସଭାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଯଦି ଝୁଲା ବିଧାନସଭା ହୁଏ ତେବେ କିଙ୍ଗମେକର ଭୂମିକାରେ ଜେଡିଏସ ରହିବ ବୋଲି କୁହାଯାଇଛି।

ତିନିଟି ଏକ୍‌ଜିଟ ପୋଲ ଇଣ୍ଡିଆ ଟୁଡେ- ଆକ୍ସିସ ମାଇଁ ଇଣ୍ଡିଆ, ନ୍ୟୁଜ ୨୪- ଟୁଡେଜ୍‌ ଚାଣକ୍ୟ ଓ ଟାଇମ୍‌ନାଓ- ଇଟିଜି ଆକଳନ ଅନୁସାରେ କଂଗ୍ରେସ ସରକାର ଗଠନ କରିବ।

ଇଣ୍ଡିଆ ଟିଭି-ସିଏନଏକ୍ସ ଏବଂ ଜି ନ୍ୟୁଜ- ମାଟ୍ରିଜ୍‌ ଅନୁସାରେ କଂଗ୍ରେସ ମ୍ୟାଜିକ ନଂ ଅତିକ୍ରମ କରିବ। ନ୍ୟୁଜ ନେସନ- ସିଜିଏଚ କିନ୍ତୁ ବିଜେପି ସରକାର ଗଠନ କରିବ ବୋଲି କହିଛି।

ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ ଆକଳନ ଅନୁସାରେ କଂଗ୍ରେସକୁ ମିଳିପାରେ ୧୨୨ରୁ ୧୪୦ ଆସନ। ବିଜେପି ପକ୍ଷରେ ଆସିବ ୬୨ରୁ ୮୦ ଓ ଜେଡିଏସକୁ ମିଳିପାରେ ୨୦ରୁ ୨୫ ଆସନ।

ନ୍ୟୁଜ ଟୁଡେ ଚାଣକ୍ୟ ଅନୁସାରେ କଂଗ୍ରେସକୁ ୧୨୦ ଆସନ ମିଳିବାକୁ ଥିବାବେଳେ ବିଜେପି ପକ୍ଷରୁ ଆସିପାରେ ୯୧ ସିଟ୍‌। ଜେଡିଏସକୁ ମିଳିପାରେ ୧୨ଟି ଆସନ।

କଂଗ୍ରେସ ସଂଖ୍ୟାଗରିଷ୍ଠତା ନମ୍ବର ପାର କରିବ ବୋଲି କହିଛି ଟାଇମ୍‌ସ ନାଓ- ଇଟିଜି। କଂଗ୍ରେସ ସପକ୍ଷରେ ୧୧୩ ଆସନ ଓ ବିଜେପିକୁ ୮୫ ଆସନ ମିଳିପାରେ। ଜେଡିଏସ ୨୩ ଆସନରେ ବିଜୟ ଲାଭ କରିପାରେ

ନ୍ୟୁଜ ନେସନ- ସିଜିଏସ ଆକଳନ ଅନୁସାରେ ବିଜେପିକୁ ୧୧୪ ଆସନ ମିଳିପାରେ। କଂଗ୍ରେସକୁ ୮୬ ଆସନ ଓ ଜେଡିଏସକୁ ୨୧ସିଟ ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.