କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତାଙ୍କ ନୂଆ ଭିଡିଓ ବାର୍ତ୍ତା ଜାରି, ପଛରେ ଦେଖାଗଲା ‘ଜେଲ୍‌ରେ ବନ୍ଦ’ ମୁଖ୍ୟମନ୍ତ୍ରୀଙ୍କ ଫଟୋ

ସୁନୀତା କେଜ୍ରିୱାଲ ଗୁରୁବାର ଆଉ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏଥିରେ ସେ କେଜ୍ରିୱାଲଙ୍କ ବାର୍ତ୍ତା ପଢ଼ି ଶୁଣାଇଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ଏହାରି ଭିତରେ ସିଏମ୍‌ଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଗୁରୁବାର ଆଉ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏଥିରେ ସେ କେଜ୍ରିୱାଲଙ୍କ ବାର୍ତ୍ତା ପଢ଼ି ଶୁଣାଇଛନ୍ତି ।

ଏହି ଭିଡିଓରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୁନୀତାଙ୍କ ବ୍ୟାକ୍‌ଗ୍ରାଉଣ୍ଡରେ ଲାଗିଥିବା କେଜ୍ରିୱାଲଙ୍କ ଫଟୋଚିତ୍ର ।

ସାଧାରଣତଃ ବ୍ୟାକ୍‌ ଗ୍ରାଉଣ୍ଡରେ ସହିଦ ଭଗତ ସିଂ ଓ ବିଆର୍‌ ଆମ୍ବେଦକରଙ୍କ ଫଟୋ ଲାଗିଥାଏ, କିନ୍ତୁ ଏଥର ସୁନୀତା କେଜ୍ରିୱାଲଙ୍କ ଚେୟାର ପଛପାର୍ଶ୍ୱ କାନ୍ଥରେ ସହିଦ ଭଗତ ସିଂ ଓ ବିଆର୍‌ ଆମ୍ବେଦକରଙ୍କ ଫଟୋଚିତ୍ର ମଝିରେ କେଜ୍ରିୱାଲଙ୍କ ଫଟୋଚିତ୍ର ରହିଛି ।

ବ୍ୟାକ୍‌ ଗ୍ରାଉଣ୍ଡରେ ସିଏମ୍‌ କେଜ୍ରିୱାଲଙ୍କର ଯେଉଁ ଫଟୋ ଲାଗିଛି, ତାହା ଜେଲ୍‌ ଚାରିକାନ୍ଥ ଭିତରେ ଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଜେଲ୍‌ରେ ଅଛନ୍ତି ବୋଲି ତାହା ଏଥିରେ ଦେଖାଇବାକୁ ଚେଷ୍ଟା କରାଯାଇଛି ।

ସୁନୀତା କେଜ୍ରିୱାଲ ସିଏମ୍‌ଙ୍କ ବାର୍ତ୍ତା ପଢ଼ି କହିଛନ୍ତି, ‘ମୁଁ ଜେଲରେ ଅଛି, ତେଣୁ ମୋର କୌଣସି ଦିଲ୍ଲୀବାସୀ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବା ଉଚିତ ନୁହେଁ । ପ୍ରତ୍ୟେକ ବିଧାୟକ ପ୍ରତିଦିନ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ପରିଦର୍ଶନ କରନ୍ତୁ ଏବଂ ଲୋକମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ନାହିଁ, ତାହା ପଚାରନ୍ତୁ’ ।

ସେପଟେ କେଜ୍ରିୱାଲଙ୍କ ଚିକିତ୍ସା ସ୍ଥିତିକୁ ନଜରରେ ରଖି ତାଙ୍କୁ ଏକ ବୈଦ୍ୟୁତିକ କେଟିଲ୍‌ ଏବଂ ବହି ପଢ଼ିବା ପାଇଁ ଟେବୁଲ ଓ ଚେୟାର ଯୋଗାଇବାକୁ ଦିଲ୍ଲୀର ଏକ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେଜ୍ରିୱାଲଙ୍କ ଓକିଲ କହିଥିଲେ ଯେ ପାଣି ଗରମ କରିବା ଏବଂ ଚା’ ପିଇବା ପାଇଁ ତାଙ୍କୁ ଏକ ବୈଦ୍ୟୁତିକ କେଟିଲ୍‌ର ଆବଶ୍ୟକ ରହିଛି । କୋର୍ଟ ଜେଲର ନିୟମାବଳୀ ଅନୁଯାୟୀ କେଜ୍ରିୱାଲଙ୍କୁ ଚେୟାର ଓ ଟେବୁଲ ଯୋଗାଇବାକୁ ଜେଲ ଅଧୀକ୍ଷକଙ୍କୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.