Below header

କେନିଆରେ ସିରିଜ୍‌ ଦୁଘର୍ଟଣା: ଜନଗହଳି ପୂର୍ଣ୍ଣ ବଜାରରେ ମାଡିଗଲା ଟ୍ରକ୍, ୪୮ ମୃତ

କେନିଆରେ ସିରିଜ୍‌ ଦୁଘର୍ଟଣା, ୪୮ ମୃତ । ଭାରସାମ୍ୟ ହରାଇ ଜନଗହଳି ପୂର୍ଣ୍ଣ ବଜାରରେ ୬ରୁ ଅଧିକ ଗାଡ଼ିକୁ ଧକ୍କା ଦେଲା ଟ୍ରକ। ଫଳରେ ରାସ୍ତାରେ ଯାଉଥିବା କିଛି ଯାତ୍ରୀଙ୍କ ଉପରେ ଯାଇଥିଲା । ଦୁର୍ଘଟଣାରେ ୪୮ଜଣଙ୍କ ମୃତ୍ୟୁ ହୋଇଛି।

ନୂଆଦିଲ୍ଲୀ : କେନିଆରେ ସିରିଜ୍‌ ଦୁଘର୍ଟଣା, ୪୮ ମୃତ । ଭାରସାମ୍ୟ ହରାଇ ଜନଗହଳି ପୂର୍ଣ୍ଣ ବଜାରରେ ୬ରୁ ଅଧିକ ଗାଡ଼ିକୁ ଧକ୍କା ଦେଲା ଟ୍ରକ। ଫଳରେ ରାସ୍ତାରେ ଯାଉଥିବା କିଛି ଯାତ୍ରୀଙ୍କ ଉପରେ ଯାଇଥିଲା । ଦୁର୍ଘଟଣାରେ ୪୮ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ସମ୍ଭାବନା ରହିଛି । ସିପିଂ କଣ୍ଟେନର ନେଇ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇଥିଲା । ମିନିବସ୍‌, ଟ୍ରକ ସହ ଅନେକ କାରକୁ ମଧ୍ୟ ଧକ୍କା ଦେଇଥିଲା । ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି କେନିୟାର ରାଷ୍ଟ୍ରପତି ଭିଲିୟମ ରିଟୋ ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ କହିଛି ଯେ, ଏପର୍ଯ୍ୟନ୍ତ ଆମେ ୪୮ ଟି ମୃତଦେହ ଉଦ୍ଧାର କରିଛୁ । ଟ୍ରକ ଭିତରେ ଜଣେ କି ୨ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଏହି ଘଟଣାର ଫୁଟେଜ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଯାଇଛି । ଏଥିରେ କ୍ଷତିଗ୍ରସ୍ତ ମିନିବସ୍ ଏବଂ ଓଲଟି ପଡିଥିବା ଟ୍ରକ୍ ସହିତ ଅନ୍ୟ ଗାଡ଼ିର ଖଣ୍ଡଗୁଡ଼ିକ ଦୃଶ୍ୟମାନ ହେଉଛି ।  ଉଦ୍ଧାରକାରୀମାନେ ଗାଡି ଭିତରେ ଲୋକ ଫସି ରହିଥିବା ସନ୍ଦେହ କରି ଖୋଜିବାରେ ଲାଗିଛନ୍ତି । ପୋଲିସ କହିଛି ଯେ, ଏହି ଦୁର୍ଘଟଣା କେରିଚୋ ଏବଂ ନାକୁରୁ ଟାଉନ ରାଜପଥରେ ଘଟିଛି । ଏହି ଘଟଣାରେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.