ଲାଲଗଡ଼ରେ ଲାଲବାହିନୀଙ୍କ ତାଣ୍ଡବ: ପୋଡିଦେଲେ ହାଇଓ୍ୱା ସମେତ ୯ଟି ମେସିନ୍

ରାୟଗଡ଼ା-ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସର ପୋଡ଼ିଦେଲେ ମାଓବାଦୀ । ଦୁଇଟି ପ୍ରୋକ୍ଲିନ୍, ୫ଟି ହାଇୱା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡିଦେଲେ ମାଓବାଦୀ ।

ରାୟଗଡ଼ (କେନ୍ୟୁଜ): ଲାଲଗଡ଼ରେ ଲାଲବାହିନୀଙ୍କ ତାଣ୍ଡବ । ରାୟଗଡ଼ା-ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସର ପୋଡ଼ିଦେଲେ ମାଓବାଦୀ । ଦୁଇଟି ପ୍ରୋକ୍ଲିନ୍, ୫ଟି ହାଇୱା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡିଦେଲେ ମାଓବାଦୀ । ଗତରାତିରେ ମହିଳା ସମେତ ୧୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଆସି ଲଙ୍କାକାଣ୍ଡ ଘଟାଇଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.