Below header

ବଢ଼ୁଛି ହୀରାକୁଦର ଜଳସ୍ତର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳମୁଣ୍ଡକୁ ମାଡି ଆସୁଛି ପାଣି

ଛତିଶଗଡ଼ କଲମା ବ୍ୟାରେଜର ୬୬ ଗେଟ୍ ଖୋଲିବା ପରେ ହୀରାକୁଦକୁ ଜଳ ପ୍ରବାହ ବଢ଼ିଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ତଳମୁଣ୍ଡକୁ ମାଡି ଆସୁଛି ପାଣି ।ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ରହିଛି ୬୦୪.୮୯ ଫୁଟ ।

ସମ୍ବଲପୁର (କେନ୍ୟୁଜ): ଛତିଶଗଡ଼ କଲମା ବ୍ୟାରେଜର ୬୬ ଗେଟ୍ ଖୋଲିବା ପରେ ହୀରାକୁଦକୁ ଜଳ ପ୍ରବାହ ବଢ଼ିଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ତଳମୁଣ୍ଡକୁ ମାଡି ଆସୁଛି ପାଣି । ଆଉ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ରହିଛି ୬୦୪.୮୯ ଫୁଟ । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୪, ୮୦୦ କ୍ୟୁସେକ ଜଳ । ପ୍ରତି ସେକେଣ୍ଡରେ ନିଷ୍କାସନ ହେଉଛି ୩୦, ୬୨୨ କ୍ୟୁସେକ ଜଳ । ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌ ବନ୍ଦ ରହିଛି।

ଗତ ବର୍ଷ ଛତିଗଡ କଲମା ଗେଟ୍ ଖୋଲି ଦେବା ପରେ ମହନଦୀରେ ବନ୍ୟା ଆସିଥିଲା । ମହାନଦୀର ତଳମୁଣ୍ଡରେ ଥିବା ହଜାର ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ । ତେଣୁ ଆଗକୁ ପୁଣି ଥରେ ଯେମିତି ଗତବର୍ଷ ଭଳି ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.