ବ୍ୟାକିଙ୍ଗ ଠାରୁ ନେଇ ପାନ୍ କାର୍ଡ ପର୍ଯ୍ୟନ୍ତ ସବୁର ବଦଳିଲା ନିୟମ ! ଆପଣଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ

ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ପଡ଼ିବ । କାରଣ ୧ ଜୁଲାଇ ୨୦୨୩ ରୁ ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି, ଯାହାପରେ ଏହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିପାରେ ।

ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ପଡ଼ିବ । କାରଣ ୧ ଜୁଲାଇ ୨୦୨୩ ରୁ ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି, ଯାହାପରେ ଏହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିପାରେ । ୧ ଜୁଲାଇରୁ ବ୍ୟାଙ୍କ, ଟିକସ ବ୍ୟବସ୍ଥା ତଥା ଆଇନ ସହ ଜଡିତ କେତେକ ପ୍ରସଙ୍ଗରେ ନୂଆ ନିୟମ କାର୍ଯ୍ୟକାରୀ ହେବ । ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା ପରିବର୍ତ୍ତନ ହୋଇଥିବା ଏହି ନୂତନ ନିୟମଗୁଡ଼ିକ ବିଷୟରେ ।

ଜୋତା, ଚପଲ ହେବ ମହଙ୍ଗା

ଆପଣଙ୍କ ପାଇଁ ଭଲ କଥା ଏହା ଯେ ବର୍ତ୍ତମାନ ଖରାପ କ୍ୱାଲିଟିର ଜୋତା ଏବଂ ଚପଲ ଦେଶରେ ବିକ୍ରି ହେବ ନାହିଁ । ୧ ଜୁଲାଇ ୨୦୨୩ ଠାରୁ ଦେଶରେ ନିମ୍ନ ମାନର ଫୁଟୱେର ତିଆରି ଏବଂ ବିକ୍ରୟ ଉପରେ ମଧ୍ୟ ନିଷେଧାଦେଶ ଲାଗିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଶ୍ୱ ବାଣିଜ୍ୟ ସଂଗଠନର ନିୟମ ଅନୁଯାୟୀ, ଭାରତ ସରକାର ଫୁଟୱେର୍ ୟୁନିଟ୍ ମାନଙ୍କୁ କ୍ୱାଲିଟି କଣ୍ଟ୍ରୋଲ୍ ଅର୍ଡର ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ୨୭ ଟି ଫୁଟୱେର ପ୍ରଡକ୍ଟସକୁ ସାମିଲ କରାଯାଇଛି ।

ଶସ୍ତା ହେବ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍

୧ ଜୁଲାଇ ୨୦୨୩ ରୁ ମୋବାଇଲ୍, କମ୍ପ୍ୟୁଟର, ଲାପଟପ୍ ଭଳି ଅନେକ ଇଲେକ୍ଟ୍ରୋନିକ୍ ସାମଗ୍ରୀର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ । ସୂଚନା ଅନୁଯାୟୀ, ଅନେକ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ସେଗୁଡ଼ିକର ଉପାଦାନ ହାର ବହୁତ ହ୍ରାସ ପାଇଛି । ସେମିକଣ୍ଡକ୍ଟର ଏବଂ କ୍ୟାମେରା ମଡେଲ ସମେତ ସମସ୍ତ ସ୍ମାର୍ଟଫୋନ୍ ଉପାଦାନଗୁଡ଼ିକର ମୂଲ୍ୟ ହ୍ରାସ ହେତୁ ମୋବାଇଲ୍, ଟିଭି, ଫ୍ରିଜ୍ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିବ ।

ଟ୍ରାଫିକ ନିୟମରେ ହେଲା ପରିବର୍ତ୍ତନ

ବର୍ତ୍ତମାନ ସମଗ୍ର ମହାରାଷ୍ଟ୍ର ଏବଂ ଖାସ କରି ମୁମ୍ବାଇରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବ । ଜୁଲାଇ ୧ ରୁ ଚାରି ଚକିଆ ଯାନରେ ପଛ ସିଟରେ ବସିଥିବା ଲୋକମାନଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ । ଯଦିଓ ଏହି ନିୟମ ସମଗ୍ର ଦେଶରେ ପ୍ରଯୁଜ୍ୟ, କିନ୍ତୁ ବର୍ତ୍ତମାନ ଏହି ନିୟମକୁ ଅନୁସରଣ ନକରିବା ଆପଣଙ୍କ ପକେଟକୁ ବହୁତ ଖାଲି କରିପାରେ ।

ରନ୍ଧନ ଗ୍ୟାସ୍ ମୂଲ୍ୟରେ ପରିବର୍ତ୍ତନ

ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସରେ ରନ୍ଧନ ଗ୍ୟାସର ମୂଲ୍ୟ ପରିବର୍ତ୍ତନ କରନ୍ତି । ଗତ ମାସରେ, ଏଲପିଜି ଗ୍ୟାସ ସିଲିଣ୍ଡର ବିକ୍ରି କରୁଥିବା ପେଟ୍ରୋଲିୟମ କମ୍ପାନୀଗୁଡିକ ଏଲପିଜି ହାରରେ ପରିବର୍ତ୍ତନ କରିଥିଲେ । ଏବେ ପୁଣି ଥରେ ଏହାର ମୂଲ୍ୟ ପରିବର୍ତ୍ତନ ହୋଇପାରିବ ।

ପାନ୍-ଆଧାର ଅପଡେଟ

ଯେଉଁ ଲୋକମାନେ ସେମାନଙ୍କର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୩ ଠାରୁ ସେମାନଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ । ଏହି ପରିସ୍ଥିତିରେ ଆପଣ ଆଇଟିଆର ଫାଇଲ୍ କରିବାକୁ ସମର୍ଥ ହେବେ ନାହିଁ ଓ ଆପଣଙ୍କର ପେଣ୍ଡିଙ୍ଗ ରିଟର୍ନ ପ୍ରୋସେସ୍ ଆଗକୁ ବଢ଼ିବ ନାହିଁ । ଏଥି ସହିତ, ଆପଣଙ୍କର ପେଣ୍ଡିଂ ରିଫଣ୍ଡ ମଧ୍ୟ ପ୍ରଦାନ କରାଯିବ ନାହିଁ ଏବଂ ଆପଣଙ୍କର ଟିକସ ରିହାତି ମଧ୍ୟ ଅଧିକ ହାରରେ ରହିବ ।

ଏଚଡିଏଫସିର ମର୍ଜ

୧ ଜୁଲାଇ ୨୦୨୩ ଠାରୁ ଦେଶର ସବୁଠାରୁ ବଡ ଘରୋଇ କ୍ଷେତ୍ର ବ୍ୟାଙ୍କ ଏଚଡିଏଫସି ସହିତ ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ୍ ଅର୍ଥାତ୍ ଏଚଡିଏଫସି ଲିମିଟେଡର ମିଶ୍ରଣ ହେବାକୁ ଯାଉଛି । ଏହି ମିଶ୍ରଣ ପରେ ବ୍ୟାଙ୍କର ସମସ୍ତ ବ୍ରାଞ୍ଚରେ ଏଚଡିଏଫସି ଲିମିଟେଡର ସେବା ଉପଲବ୍ଧ ହେବ । ଆଉ ଏବେ ଏଚଡିଏଫସିର ବ୍ୟାଙ୍କର ବ୍ରାଞ୍ଚରେ ଋଣ, ବ୍ୟାଙ୍କିଙ୍ଗ୍ ସହିତ ଅନ୍ୟ ସମସ୍ତ ସେବା ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.