ଯେଉଁ ଅଫିସରେ ଝାଡ଼ୁ ଲଗାଉଥିଲେ ଏହି ମହିଳା, ଆଜି ସେଠାରେ ହେଲେ ଅଧ୍ୟକ୍ଷ

ମଣିଷର ପରିଶ୍ରମ କେବେ ବୃଥା ଯାଏ ନାହିଁ  । ବହୁତ ଦିନ ପରେ ବି ଏହା ଫଳ ଦେଇଥାଏ । ଅନେକ ଥର ଏମିତି ହୋଇଥାଏ ପରିଶ୍ରମ କରି କରି ଲୋକେ ହାର ମାନିନିଅନ୍ତି, କିନ୍ତୁ ପରିଶ୍ରମ ଫଳ ନିହାତି ଦେଇଥାଏ । ଏହା ହିଁ ହେଲା କେରଳର କୋଲ୍ଲମ ଜିଲ୍ଲା ମକେ ପଠାନପୁରମରେ। ଏଠାରେ ଜଣେ ମହିଳା ଯିଏ କି ପ୍ରଥମେ ଯେଉଁଠି ଝାଡୁ ଲଗାଇବା କାମ କରୁଥିଲେ, ସେଠାରେ ସେ ଆଜି ନୂଆ ବ୍ଲକ ପଞ୍ଚାୟତ ଅଧ୍ୟକ୍ଷ ହୋଇଯାଇଛନ୍ତି।

ଏହି ମହିଳାଙ୍କ ନାମ ଆନନ୍ଦବଲୀ। ସେ ଗତ ୧୦ ବର୍ଷ ହେବ ଏହି କାର୍ଯ୍ୟାଳୟରେ ଏକ କଣ୍ଟ୍ରାକ୍ଟ କର୍ମଚାରୀ ଭାବେ କାମ କରୁଛନ୍ତି। ସେ ସେଠି ବୈଠକରେ ଚା ପରଷିବା, ସଫା କରିବା କାମ କରୁଥିଲେ। ଏବେ କିନ୍ତୁ ସେ ଏହି ବୈଠକରେ ଅଧ୍ୟକ୍ଷତା କାମ କରିବେ। ଆପଣ ଭାବୁଥିବେ ଏହା କେମିତି ସମ୍ଭବ। ହଁ, ଆଜ୍ଞା ଦର୍ଶକବନ୍ଧୁ ଏମିତି ସତରେ ହୋଇପାରିଛି।

କେରଳରେ ନିକଟରେ ସମ୍ପନ୍ନ ସ୍ଥାନୀୟ ନିକାୟ ନିର୍ବାଚନରେ ଆନନ୍ଦବଲୀ ୬୫୪ ମତ ପାଇ ବିଜୟ ହାସଲ କରିଛନ୍ତି। ତାଙ୍କୁ ଏସି/ଏସଟି ମହିଳାଙ୍କ ପାଇଁ ସଂରକ୍ଷିତ ଏହି ପଦ ପାଇଁ ଚୟନ କରାଯାଇଛି। ଏହାକୁ ସେ ସ୍ୱୀକାର ବି କରିଛନ୍ତି। ସେ ନିଜର ନୂଆ ଦାୟିତ୍ୱ ପାଇଁ ଭୟ କରୁଛନ୍ତି। କିନ୍ତୁ ଆମେ ତ କହିବୁ ତାଙ୍କ ଯାଗାରେ ଆଉ ଯିଏ ଥିଲେ ବି ଡରିଯାଇଥାନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.