୧୨ ହଜାର ଫୁଟ ଉଚ୍ଚରେ ଥିବା ଏହି ମନ୍ଦିରରେ ରହିଛି ସିକନ୍ଦରଙ୍କ ସମୟର ତଲଓ୍ଵାର

ଆମ ଦେଶ ରହସ୍ୟର ଗନ୍ତାଘର । ସେ ତା’ର ଗର୍ଭରେ ଲୁଚାଇ ରଖିଛି ବହୁ ରହସ୍ୟମୟ ଭଣ୍ଡାର ଯାହାର ଭେଦ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବି ବୁଝି ପାରି ନାହାଁନ୍ତି । ଏମିତି ସବୁ ରହସ୍ୟ ବିଷୟରେ ଜାଣି ଯେ କେହି ରୋମାଞ୍ଚିତ ହୋଇଯିବେ । ଏମିତି ଏକ ସ୍ଥାନ ଅଛି ହିମାଚଳ ପ୍ରଦେଶରେ । ହିମାଚଳ ପ୍ରଦେଶର ଏହି ଗାଁ ଟି ରହସ୍ୟରେ ପୂର୍ଣ୍ଣ । ଗାଁର ଲୋକେ ଏମିତି ଭାଷାରେ କଥା ହୁଅନ୍ତି ଯାହାକୁ କେବଳ ଏହି ଗାଁର ଲୋକଙ୍କ ଛଡ଼ା ଆଉ କେହି ବୁଝି ପାରନ୍ତି ନାହିଁ । ଏହି ଗାଁର ନାମ ମଲାଣା । ହିମାଳୟ ପାଦଦେଶରେ ଥିବା ମଲାଣା ଗାଁର ଚତୁଃ ପାର୍ଶ୍ୱ ଗଭୀର ଖାଲ ଓ ବରଫରେ ପୂର୍ଣ୍ଣ ପାହାଡ଼ ପରିବେଷ୍ଟିତ । ଗାଁ ଟି ଛୋଟ ହେଲେ ମଧ୍ୟ ସାରା ଦୁନିଆର ଲୋକେ ଏଠାକୁ ବୁଲିବାକୁ ଆସନ୍ତି ।

malana-1

ଏହି ଗାଁ ପର୍ଯ୍ୟନ୍ତ ପହଞ୍ଚିବା ବହୁତ କଷ୍ଟକର । ତେବେ ଏହି ଗାଁର ଲୋକେ ନିଜକୁ ୟୁନାନର ପ୍ରଖ୍ୟାତ ରାଜା ସିକନ୍ଦରଙ୍କ ମହାନ ବଂଶଧର ବୋଲି କୁହନ୍ତି । କୁହାଯାଏ ସିକନ୍ଦର ଯେବେ ହିନ୍ଦୁସ୍ତାନ ଉପରେ ଆକ୍ରମଣ କଲେ, ସେତେବେଳେ ତାଙ୍କର କିଛି ସୈନିକ ଏହି ମଲାଣା ଗାଁରେ ରହିଯାଇଥିଲେ । ତେଣୁ ଏଠାକାର ଲୋକେ ତାଙ୍କୁ ସିକନ୍ଦରଙ୍କର ବଂଶଜ ବୋଲି କହିଥାନ୍ତି । ତେବେ ଏହିକଥା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ ।

malana-2

ମନ୍ଦିରରେ ରହିଛି ସିକନ୍ଦରଙ୍କ ସମୟର ତଲଓ୍ଵାର :

ସିକନ୍ଦରଙ୍କ ସମୟର କେତେକ ଜିନିଷ ଏହି ଗ୍ରାମରେ ରହିଥିବା କୁହାଯାଏ । କୁହାଯାଏ ସିକନ୍ଦରଙ୍କ ସମୟର ଏକ ତଲଓ୍ଵାର ଏହି ଗ୍ରାମରେ ରଖାଯାଇଛି । ଏଠାକାର ଲୋକେ ‘କନାଶୀ’ ନାମକ ଏକ ଭାଷାରେ କଥାବାର୍ତ୍ତା ହୁଅନ୍ତି ଯାହାକି ବହୁତ ରହସ୍ୟମୟ । ଏହି ଗାଁର ଲୋକେ ଏହି ଭାଷାକୁ ପବିତ୍ର ବୋଲି ମାନନ୍ତି । ତେବେ ଖାସ୍‌ କଥା ହେଉଛି ଏହି ଭାଷା ଏହି ଗାଁ ଛଡ଼ା ବିଶ୍ୱର ଅନ୍ୟ କେଉଁଠି କୁହାଯାଉଥିବା ଶୁଣାଯାଇନାହିଁ । ଏହି ଭାଷାକୁ ଅନ୍ୟ ବାହାର ଲୋକଙ୍କୁ ଶିଖା ଯାଏନାହିଁ । ବର୍ତ୍ତମାନ ଏହି ଭାଷାକୁ ନେଇ କେତେକ ଦେଶରେ ଗବେଷଣା ଚାଲୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.