୫୨ ଲକ୍ଷ ପାଇଁ ମହିଳା ରଚିଲେ ଷଡ଼ଯନ୍ତ୍ର, ନିର୍ଭୟା ଗଣବଳାତ୍କାର ଘଟଣା ଭଳି ଦାୟର କଲେ ମିଛ ମାମଲା

୧୮ ଅକ୍ଟୋବରରେ ଦିଲ୍ଲୀ ଏନସିଆରରେ ରିପୋର୍ଟ ହୋଇଥିବା ରେପ୍ କେସ ମିଛ ଥିବା ନେଇ ଜଣା ପଡ଼ିଛି ନିକଟରେ ଭାଇରାଲ ହୋଇଥିବା ନିର୍ଭୟା ପରି ଗ୍ୟାଙ୍ଗରେପ୍ ମାମଲାରେ ଗାଜିଆବାଦ ପୋଲିସ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ୩୬ ବର୍ଷୀୟ ମହିଳା ଜଣକ ତାଙ୍କର ୩ ବନ୍ଧୁଙ୍କ ସାହାଯ୍ୟରେ ୩୨ ଲକ୍ଷ ଟଙ୍କା ହଡ଼ପ କରିବା ପାଇଁ ପୁରା ନିର୍ଭୟା ରେପ କେଶ ର ପୁନରାବୃତ୍ତି କରି କାହାଣୀ ତିଆରି କରିଥିଲେ। ତେବେତେବେ ଏହି ମିଛ ଘଟଣାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ବର୍ତ୍ତମାନ ହାଜତରେ ରଖାଯାଇଛି। କୋର୍ଟରେ ଏମାନଙ୍କ ବାବଦରେ ଅପରାଧିକ ମାମଲା ଚାଲିଛି ବୋଲି ଆଇଜି ପ୍ରବୀଣ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

DCW ମୁଖ୍ୟ ସ୍ଵାତୀ ମାଲିୱାଲ ଏହି ଘଟଣାକୁ ନିର୍ଭୟା ମାମଲା ସହ ତୁଳନା କରିଥିଲେ। ଏମିତିକି ମହିଳାଙ୍କ ଗୁପ୍ତ ଅଙ୍ଗରେ ଦୁର୍ବୃତ୍ତ ଲୁହା ରଡ଼ ଭର୍ତ୍ତି କରିଥିବା କଥା ମଧ୍ୟ ମହିଳା ଜଣଙ୍କ ଅଭିଯୋଗ କରିଥିଲେ। କିନ୍ତୁ ଡାକ୍ତରମାନେ ଏହି ଅଭିଯୋଗକୁ ଖଣ୍ଡନ କରି ମହିଳାଙ୍କ ଶରୀରରେ କୌଣସି ଆଘାତ ନଥିବା କହିଛନ୍ତି। ଆଜାଦ୍, ଗୌରବ ଏବଂ ଆଫଜାଲ ନାମକ ମହିଳାଙ୍କ ତିନିଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ପରେ ମହିଳାଙ୍କୁ ମଧ୍ୟ ଗିରଫ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.