ଓ୍ଵାଇଫ୍‌ ସ୍ୱାପିଂର ଶିକାର ଜଣେ ପତ୍ନୀଙ୍କ କାହାଣୀ, ବଖାଣିଲେ ପୋଲିସ୍‌ ଆଗରେ

ଦୁନିଆ କୁଆଡ଼େ ବହୁତ ଆଗକୁ ଯାଇଛି । ପୁରୁଷ ହେଉ କି ମହିଳା ସମସ୍ତେ କୁଆଡ଼େ ଖୁବ୍‌ ଉନ୍ନତି କରିଛନ୍ତି । ଆଉ ସେହି ଭାବରେ ଆମ ସଂସ୍କାରର ଅବକ୍ଷୟ ବି ଉନ୍ନତି କରୁଛି । ଏଇ ଯେମିତି କିଛି ଲୋକଙ୍କ କ୍ଷେତ୍ରରେ ସ୍ତ୍ରୀ ଅବଦଳ ବଦଳ ବା ଓ୍ଵାଇଫ୍‌ ସ୍ୱପିଂ ଭଳି ଘଟଣା ଘଟୁଛି । ଏମିତି ଘଟଣା କେତେ ଦୁଃଖଦାୟକ ସେ କଥା ବୟାନ କରିଛନ୍ତି ଜଣେ ପୀଡ଼ିତା ପତ୍ନୀ ।

ଯେଉଁ ଖେଳ ୟୁରୋପ ଦେଶମାନଙ୍କରେ ଚାଲେ ମଧ୍ୟପ୍ରଦେଶ ଭୋପାଳରେ ଘଟିଛି ସେହିଭଳି ଘଟଣା । ଜଣେ ନବବିବାହିତା ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ଏମିତି ଅଭିଯୋଗ ଯାହା ଶୁଣିଲେ କାନରେ ହାତ ଦେବେ । ପୋଲିସ୍‌ ଆଗରେ ସେ ଦେଇଥିବା ବୟାନ ଅନୁଯାୟୀ, ଚଳିତ ବର୍ଷ ଜୁନ୍‌ ୧୦ ତାରିଖରେ ତାଙ୍କର ବାହାଘର ହୋଇଥିଲା । ଭୋପାଳରେ ଯୁବତୀ ଜଣକ ରହୁଥିବା ଅଞ୍ଚଳରେ ଜଣେ ଯୁବକ ସହ ତାଙ୍କର ବାହାଘର ହୋଇଥିଲା । ସେତେବେଳେ ଯୁବକ ଜଣକ ବିକାନିରରେ ଏକ ଫାଇଭ ଷ୍ଟାର ହୋଟେଲରେ ମ୍ୟାନେଜର ଭାବେ କାମ କରୁଛନ୍ତି ବୋଲି କହିଥିଲେ । ପୁଣି ରହିବାକୁ ତାଙ୍କୁ ଘର ମିଳିଛି ବୋଲି କହିଥିଲେ ଯୁବକ ଜଣକ । ତେଣୁ ଭଲ ବର ପାଇ ଝିଅର ବାପା ମା ମଧ୍ୟ ଖୁବ୍‌ ଖୁସି ଥିଲେ । ଝିଅ ବାହାଘରରେ ଜ୍ୱାଇଁକୁ ଯୌତୁକ ଦେବା ସହ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ ।

ପରେ ଯୁବତୀ ଜଣକ ନିଜ ସ୍ୱାମୀ ସହ ଯେତେବେଳେ ବିକାନିର ଆସିଲେ ହୋଟେଲ ଭିତରେ ଗୋଟିଏ ଛୋଟିଆ ରୁମ୍‌ରେ ଦୁଇଜଣ ରହିଲେ । ଆଉ ପତ୍ନୀ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀଙ୍କୁ ମ୍ୟାନେଜର ଭାବେ କୌଣସି ଘର ମିଳି ନାହିଁ । ତେବେ ତା ପରେ ଯୁବକ ଜଣକ ନିଜର ଅସଲ ରୂପ ଦେଖାଇବାକୁ ଲାଗିଲେ । ମଦ ପିଇ ଗାଲିଗୁଲଜ କଲେ, ଅପ୍ରାକୃତିକ ସମ୍ପର୍କ ରଖିଲେ ଏବଂ ସ୍ତ୍ରୀ ବଦଳ ଭଳି କାମ କରିବାକୁ ବାଧ୍ୟ କଲେ ।
ଯୁବକ ଜଣକ କହିବା କଥା ଥିଲା କି ସେ ହାଇ ସୋସାଇଟିରେ ରହୁଛନ୍ତି ଏବଂ ଏସବୁ ତାଙ୍କୁ କରିବାକୁ ପଡ଼ିବ । ପତ୍ନୀ ତାଙ୍କ କଥା ନମାନିବାରୁ ମାଡ଼ ଖାଇଲେ । ଶେଷରେ ନିର୍ଯାତନାର ଶିକାର ହୋଇ ଯୁବତୀ ଜଣକ ନିଜ ଶାଶୁ ଘରକୁ ପଳାଇ ଆସି ଶାଶୁ ଓ ନଣନ୍ଦଙ୍କୁ ସବୁ କଥା କହିଲେ । ପରେ ପୋଲିସ୍‌ରେ ସ୍ୱାମୀ ବିରୋଧରେ ଏତଲା ଦେଲେ । ଏହା ପରେ ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

ଓ୍ଵାଇଫ ସ୍ୱାପିଂ କଣ ?

ସ୍ତ୍ରୀ ଅଦଳ ବଦଳ ଘଟଣାକୁ ଓ୍ଵାଇଫ ସ୍ୱାପିଂ କୁହାଯାଏ । ବିଦେଶରେ ଏସବୁ ଘଟୁଛି । ହେଲେ ଏବେ ଭାରତରେ ମଧ୍ୟ ଏହି ଘଟଣା ଘଟିିଲାଣି । ଏହି ମହିଳାଙ୍କ ବୟାନ ଅନୁସାରେ, ତାଙ୍କ ସ୍ୱାମୀ କୁଆଡ଼େ ତାଙ୍କ ଓ୍ଵାଇଫ ସ୍ୱାପିଂ କେମିତି ହୁଏ ସେ କଥା କହିଥିଲେ । …ଏଭଳି ପାର୍ଟିରେ କେବଳ ସ୍ୱାମୀ ସ୍ତ୍ରୀ ଉଭୟ ଯୋଗ ଦିଅନ୍ତି । ଯେଉଁଠି ଖାନା ପିନା ସହ ମଦର ଆସର ଜମେ । ମ୍ୟୁଜିକ୍‌ର ତାଳେ ତାଳେ ଧୁମ୍‌ ନାଚ ବି ହୁଏ । ଏହା ଭିତରେ କୁଆଡ଼େ ଆଗରୁ ସଂକେତ ଦେଇ ଲାଇଟ୍‌ ଲିଭାଇ ଦିଆଯାଏ । ଆଉ ସେହି ସମୟରେ ପୁରୁଷମାନେ ନିଜ ପତ୍ନୀକୁ ଛାଡ଼ି ଅନ୍ୟ କାହାର ହାତ ଧରି ନିଅନ୍ତି । ଯିଏ ଯାହା ହାତ ଧରେ ସେ ରାତି ତା ସହିତ କଟାନ୍ତି । ଏଭଳି କରିବା ପାଇଁ କୁଆଡ଼େ ତାଙ୍କୁ ତାଙ୍କ ସ୍ୱାମୀ ବାଧ୍ୟ କରିଥିଲେ ଏବଂ ନମାନିବାରୁ ମାଡ଼ ମାରିଥିଲେ ବୋଲି ପୀଡ଼ିତା ମହିଳା ପୋଲିସ୍‌ ଆଗରେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.