Below header

ବାପା ସାମ୍ନାରେ ଝିଅକୁ ଅପହରଣ; ମନ୍ଦିରରୁ ଫେରୁଥିବା ବେଳେ ୧୮ ବର୍ଷର ଝିଅକୁ ଉଠାଇନେଲେ ଚାରି ଦୁର୍ବୃତ୍ତ…ଦେଖନ୍ତୁ ଭିଡିଓ

ତେଲେଙ୍ଗାନାର ରାଜନ୍ନା ସିରସିଲା ଜିଲ୍ଲାରେ ଏକ ଅପହରଣ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଅପହରଣ କରି ନେଇଛନ୍ତି। ବଡ଼ କଥା ହେଲା, ଯୁବତୀ ମନ୍ଦିରରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ବାପାଙ୍କ ସାମ୍ନାରେ ହିଁ ତାଙ୍କୁ ଉଠାଇ ନେଇଛନ୍ତି। ଘଟଣା ସମୟର ଏକ ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି।

ସିସିଟିଭିରେ କଏଦ ହୋଇଥିବା ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ଚତୁର୍ଥୀ ମଣ୍ଡଳର ମୁଦେପଲ୍ଲେ ଗାଁର ବୋଲି ଜଣାପଡ଼ିଛି। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ନିଜ ମୁହଁରେ କପଡ଼ା ବାନ୍ଧିଛନ୍ତି।

ଯୁବତୀ ଜଣକ ଦୌଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଜୋର୍‌ ଜବରଦସ୍ତ ଭିଡ଼ି ନେଇ କାର୍‌ରେ ବସାଇ ଦେଇଥିଲେ। ଏହାପରେ କାର୍‌ର ଡୋର୍‌ ବନ୍ଦ କରି ଦେଇଥିଲେ। ଯୁବତୀଙ୍କ ବାପା କାର୍‌ ପଛେ ପଛେ ଦୌଡ଼ିବାକୁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇପାରି ନ ଥିଲେ। ଦୁର୍ବୃତ୍ତମାନେ ଆଖି ପିଛୁଳାକେ ସେଠାରୁ ଫେରାର୍‌ ହୋଇ ଯାଇଥିଲେ।

ସ୍ଥାନୀୟ ଡିଏସ୍‌ପି ନାଗେନ୍ଦ୍ର ଚାରି ଏହି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି କି, ଏ ନେଇ ମାମଲା ରୁଜୁ କରାଯାଇଛି ଏବଂ ଆମେ ସେମାନଙ୍କ ପତ୍ତା ଲଗାଇବା ପାଇଁ ସମସ୍ତ ପ୍ରୟାସ କରୁଛି। ଘଟଣାରେ ୪ ଜଣ ସମ୍ପୃକ୍ତ ଅଛନ୍ତି। ଯୁବତୀ ଜଣକ କିଛି ଦିନ ତଳେ ନିଜ ପ୍ରେମିକଙ୍କ ସହ ଫେରାର୍‌ ହୋଇ ଯାଇଥିଲେ। ଏବେ ଯେତେବେଳେ ସେ ନାବାଳିକାରୁ ସାବାଳିକା ହୋଇଛନ୍ତି, ତ ତାଙ୍କ ପ୍ରେମିକ ତାଙ୍କୁ ଉଠାଇ ନେଇଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି।

ସୂଚନା ମୁତାବକ, ଯୁବତୀ ଜଣକ ନିଜ ବାପାଙ୍କ ସହିତ ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଧଳା ରଙ୍ଗର କାର୍‌ରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ ଏବଂ ଯୁବତୀଙ୍କୁ ଜୋର୍‌ ଜବରଦସ୍ତ ଟେକି ନେଇ ଗାଡ଼ିରେ ବସାଇ ଦେଇଥିଲେ। ଝିଅର ବାପା କିଛି ଭାବିବା ଆଗରୁ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। ଯଦିଓ ଯୁବତୀଙ୍କ ବାପା କାର୍‌ ପଛରେ ଦୌଡ଼ିବାକୁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇ ନ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.