‘ସାହସୀ ହିଁ ବାଘ ସହିତ ଖେଳନ୍ତି, ବାକି ଅନ୍ୟମାନେ ତ ଦୂରରୁ ଦେଖନ୍ତି’…ଫଟୋ ସେୟାର କରି କୀର୍ତ୍ତି ଆଜାଦ କଲେ ଏଭଳି ଟ୍ଵିଟ୍‌

କୀର୍ତ୍ତି ଆଜାଦ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୂର୍ବତନ ପିିଏମ୍‌ ଜବାହରଲାଲ୍‌ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ଲୋକେ ବିଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୯ରେ କର୍ଣ୍ଣାଟକର ବାନ୍ଦିପୁର ବାଘ ଅଭୟାରଣ୍ୟ ଗସ୍ତ କରିଥିଲେ। ସକାଳୁ ସକାଳୁ ସେ ଜଙ୍ଗଲ ସଫାରୀ ଯାଇଥିଲେ। ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ସାମିଲ ମଧ୍ୟ ହୋଇଥିଲେ। ଏହି ସମୟରେ ପିଏମ୍‌ ମୋଦିଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋଗୁଡ଼ିକୁ ସେୟାର କରି ଟିଏମ୍‌ସି ନେତା ତଥା ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି।

କୀର୍ତ୍ତି ଆଜାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ପୂର୍ବତନ ପିଏମ୍‌ ଜବାହରଲାଲ୍‌ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ମୋଦି ଦୂରବୀକ୍ଷଣ ଯନ୍ତ୍ରରେ ଜଙ୍ଗଲ ଆଡ଼କୁ ଦେଖୁଥିବା ନଜର ଆସୁଛନ୍ତି। ସେଠି ଇନ୍ଦିରା ଗାନ୍ଧୀ ଓ ଜବାହରଲାଲ୍‌ ନେହେରୁ ବାଘକୁ ଆଉଁସୁଥିବା ଦେଖାଯାଉଛନ୍ତି।

ଫଟୋ ସେୟାର କରି କୀର୍ତ୍ତି ଆଜାଦ ଲେଖିଛନ୍ତି, ‘ସାହସୀ ଲୋକ ହିଁ ବାଘ ସହିତ ଖେଳନ୍ତି। ବାକି ଅନ୍ୟମାନେ ତ ଦୂରରୁ ଦେଖନ୍ତି’। କୀର୍ତ୍ତିଙ୍କର ଏପରି କଟାକ୍ଷ ପରେ ସୋସିଆଲ ମିଡିଆରେ ଲୋକେ ଏହା ଉପରେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘କାହିଁକି, ଆପଣ ସାହସୀ ନୁହଁନ୍ତି କି? କେବେ ଆପଣ ମଧ୍ୟ ବାଘର କାନ୍ଧ ଉପରେ ହାତ ରଖି ଫଟୋ ଉଠାନ୍ତୁ, ସେତେବେଳେ ଜଣାପଡ଼ିବ ବାସ୍ତବରେ, ଆପଣଙ୍କ ଦଳର ଲୋକମାନେ ସାହସୀ’।

ଅନ୍ୟ ଜଣେ ଲେଖିଛନ୍ତି, ‘ସାର୍‌, ମୋର ଆପଣଙ୍କୁ ଅନୁରୋଧ କି, ମୁଖ୍ୟ ଜଙ୍ଗଲରେ ବାଘମାନଙ୍କ ସହିତ ଗୋଟିଏ ରାତି ବିତାନ୍ତୁ ଏବଂ ପ୍ରମାଣିତ କରନ୍ତୁ ସେ ଆପଣ ଜଣେ ସାହସୀ ବ୍ୟକ୍ତି’। ଏହିପରି ଆଉ ଜଣେ ୟୁଜର ଲେଖିଥିଲେ ଯେ ‘ପୋଷା ନୁହେଁ, ଜଙ୍ଗଲି ବାଘମାନଙ୍କ ସହିତ ଆପଣଙ୍କ ସେଲ୍ଫି ଦେଖିବାକୁ ଚାହୁଁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.